ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରରେ “ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବାସନ୍ତୀ ପାଠାଗାରରେ “ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଯୋଗ ଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଯୋଗ ଗୁରୁ ପୀତବାସ ପ୍ରଧାନ ମୁଖ୍ୟ ଅତିଥି, ପାଠାଗାରର ଉପସଭାପତି ଅଜୟ କୁମାର ପ୍ରଧାନ ଏବଂ ଯୋଗ ଗୁରୁ ହରିହର ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜୁନ ୨୧ ତାରିଖରେ ହେଉଥିବା ଆନ୍ତର୍ଜାତୀୟ ଯୋଗ ଦିବସର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ | ଯୋଗ ଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ସଭ୍ୟସଭ୍ୟା ମାନଙ୍କୁ ଯୋଗର ସାଧାରଣ ଅଭ୍ୟାସକ୍ରମରେ ଯୋଗ ପ୍ରାଣାୟାମର ଅଭ୍ୟାସ କରାଇବା ସଙ୍ଗେ ସଙ୍ଗେ ତାର ଉପକାରିତା ବିଷୟରେ ବୁଝେଇଥିଲେ | ଯୋଗ ଶିକ୍ଷକ ରବୀନ୍ଦ୍ର ଠାକୁର ଏବଂ ଯୋଗ ଶିକ୍ଷିକା କବିତା ଦାଶ ଯୋଗ ଶିଖାଇବାରେ ସହଯୋଗ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ବିଭୁଦତ୍ତ ବେହେରା, ଶରତ ଚନ୍ଦ୍ର ରାଉତ, ବସନ୍ତ କୁମାର ମହାରଣା, ଚିତ୍ତରଞ୍ଜନ ଦାଶ, କମଳ ଆଚାର୍ଯ୍ୟ, କବିତା ପ୍ରଧାନ ଏବଂ ପାଠାଗାରର ପ୍ରତିଦିନ ସକାଳେ ହେଉଥିବା ଯୋଗ କ୍ଲାସର ସମସ୍ତ ସଭ୍ୟ ତଥା ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସେକ୍ଟର-୧୩ ମେଲଣ ପଡିଆରେ ଜୁନ୍ ୨୭ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

masiha

ଗେଣ୍ଡୁ ଫୁଲ ଚାଷ କରି ଫିରିଙ୍ଗିଆ ବ୍ଲକ ର ୫0 ରୁ ଉର୍ଦ୍ଧ ସ୍ବୟଂ ସହାୟକା ଗୋଷ୍ଠୀ ସ୍ୱାବଲମ୍ବୀ ହେଲେ

Sunil Chandra Nayak

Waltair Division Holds Divisional Committee Meeting of Hon’ble MPs at Visakhapatnam

Sunil Chandra Nayak

Leave a Comment

error: Content is protected !!