ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଜୁନାଗଡ଼ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଜୁନାଗଡ଼ ୨୫/୪ ( ମନୀ ସ ) ଜୁନାଗଡ଼ ସ୍ଥିତ ଆର ଏମ ସି ଠାରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ବ୍ଲକ ସ୍ତରୀୟ ଜାତୀୟ ପଂଚୟିତରାଜ ଦିବସ ସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଜୁନାଗଡ଼ ବି ଡି ଓ ଦେବାଶିଷ କର ଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପଞ୍ଚାୟତିରାଜ ଦିବସ ସମ୍ପର୍କରେ ଅ ଅବଗତ କରାଇଥିଲେ ।ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତକୁମାର ଭୂୟାଁ, ଏବିଡ଼ିଓ ବେଦାନ୍ତ କୁମାର ମାଝୀ, ଜିପିଡ଼ିଓ ଲକ୍ଷ୍ମୀକାନ୍ତପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ହିମାଂଶୁ ରଞ୍ଜନ ବଳ ସମେତ ସ୍ୱୟଂସହାୟକ ଗୋଷ୍ଠୀରସଦସ୍ୟା ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୩୯୮ ଜଣଙ୍କୁ ଅନ୍ତଦୟ ଗୃହ ଯୋଜନାରେ ପକ୍କାଘରର କାର୍ଯ୍ୟଦେଶ ପ୍ରଦାନକରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ଦିତୀୟ ଜିଲ୍ଳାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ

ଉତ୍କଳ ଦିବସ ପାଳନ ଅବସରରେ ଭୂତଳ ଜଳର ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

୧- ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ପୋଲିସ ଅଫିସରଙ୍କର ସାଧାରଣ ବୈଠକ , ୨- ସଉଦା କିଣାବେଳେ ଗଣ୍ଡଗୋଳକୁ ନେଇ ଏସ୍‌ପିଙ୍କୁ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!