ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ଆହତ ବୃଦ୍ଧ ଙ୍କ ମେଡିକାଲ ରେ ମୃତ୍ୟୁ 

 ପାପଡାହାଣ୍ଡି ,6/3, ମନିସ -ଗତ ରବିବାର ଦିନ ସନ୍ଧ୍ୟା 8ଟା ବେଳେ ନୂଆକୋଟ ପଂଚାୟତ ର ପିତାରୀଗୁଡା ଗ୍ରାମର ପୁରନ ଗୌଡ଼ ନିଜ ଝିଅ ଘର ନୀଳାଦ୍ରିଗୁଡା ଗ୍ରାମ କୁ ଯାଉଥିବା ବେଳେ ଏକ ବାଇକ CG 23K 7079 ପୁରନଙ୍କୁ ମୈଦଲପୁର ନିକଟରେ ଧକ୍କା ଦେଇଥିଲା l ଫଳରେ ଆହତ ଅବସ୍ଥା ରେ ରାସ୍ତା ଉପରେ ପଡିରହି ଥିବା ବେଳେ ଖବର ପାଇ ମୈଦଲପୁର ପୋଲିସ ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲ ରେ ଭର୍ତ୍ତି କରାଇଥିଲା l ଅବସ୍ଥା ଶଙ୍କଟାପନ ହେବା ରୁ ନବରଙ୍ଗପୁର ଜିଲ୍ଲା ମେଡିକାଲ କୁ ନିଆଯାଇଥିଲା l ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ସୋମବାର ସକାଳ 6ଟା ବେଳେ ମୃତ୍ୟୁ ହୋଇଥିଲା l ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ବେଳେ ମୁଣ୍ଡ ଓ ହାତରେ ମାଡ଼ ବାଜି ଥିଲା l ଘଟଣା ସ୍ଥଳରେ ବାଇକ ଛାଡି ଚାଳକ ଫେରାର ହୋଇଯାଇଛି l ମୈଦଲପୁର ପୋଲିସ ବାଇକ ଜବତ କରି କେଶ ନଂ 32/23ମାମଲା ରଜୁ କରି ତଦନ୍ତ କରୁଥିବା ଥାନା ASI ଡି. ଦେବି କୁମାର କହିଛନ୍ତି l ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ନଟବର ନନ୍ଦ କହିଛନ୍ତି l

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକଙ୍କ ରିପୋର୍ଟ 

Related posts

ଗୌଡ଼ କଷ୍ଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି,ସ୍ବାମୀ ବିବେକାନନ୍ଦ,ଓ ମହତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚିତ

masiha

ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମରଗାଥା ମଂଚସ୍ଥ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

masiha

Leave a Comment

error: Content is protected !!