ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ଆହତ ବୃଦ୍ଧ ଙ୍କ ମେଡିକାଲ ରେ ମୃତ୍ୟୁ 

 ପାପଡାହାଣ୍ଡି ,6/3, ମନିସ -ଗତ ରବିବାର ଦିନ ସନ୍ଧ୍ୟା 8ଟା ବେଳେ ନୂଆକୋଟ ପଂଚାୟତ ର ପିତାରୀଗୁଡା ଗ୍ରାମର ପୁରନ ଗୌଡ଼ ନିଜ ଝିଅ ଘର ନୀଳାଦ୍ରିଗୁଡା ଗ୍ରାମ କୁ ଯାଉଥିବା ବେଳେ ଏକ ବାଇକ CG 23K 7079 ପୁରନଙ୍କୁ ମୈଦଲପୁର ନିକଟରେ ଧକ୍କା ଦେଇଥିଲା l ଫଳରେ ଆହତ ଅବସ୍ଥା ରେ ରାସ୍ତା ଉପରେ ପଡିରହି ଥିବା ବେଳେ ଖବର ପାଇ ମୈଦଲପୁର ପୋଲିସ ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲ ରେ ଭର୍ତ୍ତି କରାଇଥିଲା l ଅବସ୍ଥା ଶଙ୍କଟାପନ ହେବା ରୁ ନବରଙ୍ଗପୁର ଜିଲ୍ଲା ମେଡିକାଲ କୁ ନିଆଯାଇଥିଲା l ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ସୋମବାର ସକାଳ 6ଟା ବେଳେ ମୃତ୍ୟୁ ହୋଇଥିଲା l ତାଙ୍କର ଗୋଡ଼ ଭାଙ୍ଗିଯାଇଥିବା ବେଳେ ମୁଣ୍ଡ ଓ ହାତରେ ମାଡ଼ ବାଜି ଥିଲା l ଘଟଣା ସ୍ଥଳରେ ବାଇକ ଛାଡି ଚାଳକ ଫେରାର ହୋଇଯାଇଛି l ମୈଦଲପୁର ପୋଲିସ ବାଇକ ଜବତ କରି କେଶ ନଂ 32/23ମାମଲା ରଜୁ କରି ତଦନ୍ତ କରୁଥିବା ଥାନା ASI ଡି. ଦେବି କୁମାର କହିଛନ୍ତି l ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ନଟବର ନନ୍ଦ କହିଛନ୍ତି l

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକଙ୍କ ରିପୋର୍ଟ 

Related posts

ଶ୍ରୀ ଶ୍ରୀ ଐଶ୍ବଆନଏଶ୍ବର ମନ୍ଦିରରେ ଜଳଲାଗି କଲେ କାଉଡିଆ

masiha

ଅସୁରଗଡ ବସ୍କା ଅଞ୍ଚଳ କୁଶଳେଶ୍ଵର  ମାଳି ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ  

masiha

ୟୁଏସ୍ଆଇ ସଂଗଠନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା, ଦହି ସରବତ ପିଆଇ ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!