ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

 ନୂଆପଡା, // ଖଡ଼ିଆଳ ସ୍ଥିତ ଧର୍ମେଷ ଡ୍ୟାନ୍ସ ଏକାଡେମୀ ଠାରେ ଉତ୍କଳ କରାଟେ ସ୍କୁଲ ରାଜ ଖଡ଼ିଆଳ ଶାଖା ରେ ସମ୍ବର୍ଦ୍ଧନା ସମାରୋହ ଅନଷ୍ଠିତ ହୋଇଯାଇଛି । ଫେବୃଆରୀ ମାସ ୨୬ ଓ ୨୭ ଦୁଇ ଦିନ ଧରି ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ଠାରେ ଓଡିଶାରୁ ୪ ଜଣ ବାଳିକା ଓ ୧୦ ଜଣ ବାଳକ ବ୍ଲାକ ବେଲ୍ଟ ପରୀକ୍ଷା ଦେଇଥିଲେ । ସେହି ମଧ୍ୟରୁ ନୂଆପଡା ଜିଲ୍ଲା ରାଜା ଖଡ଼ିଆଳ ଧର୍ମେଶ୍ ଡେନସ୍ ଏକାଡେମୀ ର ନିର୍ଦ୍ଦେଶକ ଧନେଶ୍ୱର ମେହେର (ଧର୍ମେଷ )ଉତୀର୍ଣ୍ଣ ହୋଇଥିଲେ । ଏହି ପରୀକ୍ଷାର୍ଥୀ କୁ ସନସେଇ ସୁରେଶ ଜାଲ (5th Dan Black Belt) ନେତୃତ୍ୱରେ ଭାଗନେଇ ଥିବା ବେଳେ ପରୀକ୍ଷା ନେଇଥିଲେ ହନଶୀ ଡା ହରିପ୍ରସାଦ ପଟ୍ଟନାୟକ ଭାରତର ମୁଖ୍ୟ ପ୍ରଶିକ୍ଷେକ (8 ଡ଼ନ ବ୍ଲାକବେଲ୍ଟ ) ଏହି ସମର୍ଦ୍ଧନା ସମାରାହରେ ଧନେଶ୍ୱର ମେହେର (ଧର୍ମେଷ )ଙ୍କୁ ସମର୍ଦ୍ଧନା ଦିଆଯାଇଥିଲା ।

ଏହି ସମାରାହରେ ମୁଖ୍ୟ ଅତିଥି ଭାବରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ଡ଼ ତରୁଣ କୁମାର ପ୍ରଧାନ, ବିଶିଷ୍ଟ ଅତିଥି ଭାବେ ସନସେଇ ସୁରେଶ ଜାଲ (5 ଡ଼ନ ବ୍ଲାକବେଲ୍ଟ ) ସମ୍ମାନିତ ଅତିଥି ଭାବେ ପୂର୍ବତନ ସେନା ଅଧିକାରୀ ସୁରେନ୍ଦ୍ର କୁମାର ଏବଂ ଧର୍ମେଷ ଡ୍ୟାନ୍ସ ଏକାଡେମୀ ର ଡାଇରେକ୍ଟର ଧର୍ମେଷ ମେହେର ଉପସ୍ଥିତ ଥଲେ । ଏହି ସମରାହୋରେ ଗଙ୍ଗାଧର ମହାଉତି ମଞ୍ଚ ପରିଚାଳନା କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶିବ ଚରଣ ଵୋଇତି ସେବା ସମ୍ମାନ ପାଇଲେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ ଘନଶ୍ୟାମ ବିଶ୍ୱାସ

masiha

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

masiha

Leave a Comment

error: Content is protected !!