ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ମହାବିଦ୍ୟାଳୟର ମାନସିକ ସ୍ଵାସ୍ଥ୍ୟ ଓ ଆଇନ ସହାୟତା ଶିବିର 

ଆଇନ ମହାବିଦ୍ୟାଳୟର ମାନସିକ ସ୍ଵାସ୍ଥ୍ୟ ଓ ଆଇନ ସହାୟତା ଶିବିର 

ରାଉରକେଲା : ରାଉରକେଲା ଆଇନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତା ଓ ଝିରପାଣି ସ୍ଥିତ ଡାମିଟ୍ସ ର ସହଯୋଗ ରେ ଏକ ମାନସିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ତଥା ନିଃଶୁଳ୍କ ଆଇନ ସହାୟତା ଶିବିର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଗ୍ରାମପଂଚାୟତରେ ଆୟୋଜିତ ହୋଇଯାଇଛି l ଏଥିରେ ଜିଲ୍ଲା ପରିଷଦ ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ, ଓ ଅଙ୍ଗନବାଡି ସଭ୍ୟ, ଗ୍ରାମାଞ୍ଚଳର ପିଲାମାନେ ଓ ଡାମିଟ୍ସ ର ଡକ୍ଟର ମମତା ନାୟକ,ସହାୟିକା ପ୍ରାଧ୍ୟାପିକା ପଦ୍ମିନୀ କୁମ୍ଭାର, ରାଉରକେଲା ଆଇନ ମହାବିଦ୍ୟାଳୟର ସହାୟକ ପ୍ରାଧ୍ୟାପକ ତନ୍ମୟ ରାଜ ପାଢ଼ୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସଚେତନତା ଶିବିରରେ ଯୋଗଦେଇଥିଲେ l ସାମ୍ପ୍ରତିକ ସମୟରେ ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ଅନେକ ବଢିଯାଇଛି, ସେ ନେଇ ପିଲାମାନଙ୍କ ମନସ୍ତତ୍ଵକୁ ବୁଝି ତାକୁ କିପରି ସୁସ୍ଥ ରଖାଯାଇ ପାରିବ, ସେ ନେଇ ଆଲୋଚନା କରାଯାଇଥିଲା l ଏ ବିଷୟ ଉପରେ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଗୁରୁତ୍ୱ ଦେଉଅଛି l ଗ୍ରାମାଞ୍ଚଳରେ ଆଇନ ସମ୍ୱନ୍ଧୀତ ଜ୍ଞାନର କେତେ ଆବଶ୍ୟକତା ରହିଛି, ସେ ବିଷୟରେ ଜ୍ଞାନ ବିତରଣ ଏବଂ ଏତଦ ବ୍ୟତୀତ ରାଉରକେଲା ଆଇନ ମହାବିଦ୍ୟାଳୟରେ ନିଃଶୁଳ୍କ ଆଇନ ସହାୟତାର ବ୍ୟବସ୍ଥା ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ଅବଗତ କରାଗଲା l ଏହି କାର୍ଯ୍ୟକ୍ରମରେ ଡାମିଟ୍ସ ର ମୁଖ୍ୟ ଲାୟନ ଡ ଯତୀନ୍ଦ୍ର ନାୟକ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

ଶିମିଳିପାଳିଆ ହାତୀପଲରେ ନୂଆ ଶାବକ ର ଜନ୍ମ ବନବିଭାଗର କଡ଼ା ନଜର

Sunil Chandra Nayak

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ଶୁଭ ପ୍ରବେଶ ଓ କାର୍ଯ୍ୟଭାର ଗ୍ରହଣ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ଉପସ୍ଥିତିରେ ବୈଠକ

Sunil Chandra Nayak

Leave a Comment

error: Content is protected !!