ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଆମେ ପଢ଼ିବା ଆମ ଭାଷାରେ” ଉମରକୋଟ ଠାରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

“ଆମେ ପଢ଼ିବା ଆମ ଭାଷାରେ”

ଉମରକୋଟ ଠାରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା

ନବରଙ୍ଗପୁର:( ତା ୨୩.୨.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ” ଆମେ ପଢ଼ିବା ଆମ ଭାଷାରେ” ଏକ ଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳା କୁ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଉପ ଜିଲ୍ଲାପାଳ, ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର, ଡି ଆଇ ଇ ଟି ଅଧ୍ୟକ୍ଷ ଓଁକାର ପଟ୍ଟନାୟକ, ଡି ଆଇ ପି ଆର୍ ଓ ମନୋଜ ବେହେରା , ବି ଡି ଓ ମନୋଜ ମେହେର, ପିରା ମଲ୍ ଫାଉଏଣ୍ଡସନ ଅଧିକାରୀ ବିକ୍ରମ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଛୋଟ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ କଥୋପକଥନ, ଶିକ୍ଷାଦାନ,”ନୂଆ ଅରୁଣିମା” ପ୍ରାରମ୍ଭିକ ଶିକ୍ଷା ପାଠ୍ୟକ୍ରମକୁ ପିଲାଙ୍କ ସାମାଜିକ ଓ ସାଂସ୍କୃତିକ ପରିବେଶ ଅନୁଯାୟୀ ପୁନଃରୂପାୟନ,ଅଙ୍ଗନବାଡି କର୍ମୀଙ୍କ ଏହି ଶିକ୍ଷାଦାନ ଉପରେ ତାଲିମ ଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।ନିଜ ଭାଷାରେ ଶିଶୁମାନେ ଖେଳ,କାହାଣୀ,ଗୀତ ଓ କଥୋପକଥନ ମାଧ୍ୟମରେ ଶିକ୍ଷା ର ପ୍ରଥମ ସୋପାନ ରେ ଅନ୍ତର୍ଭୁକ୍ତ ହେବେ।ଏହି ଅବସରରେ ପାଇଲଟ୍ ପଦକ୍ଷେପ ସ୍ୱରୂପ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ୩୦ ଟି ଅଙ୍ଗନବାଡି କେନ୍ଦ୍ର ରେ ସ୍ଥାନୀୟ ଗୋଣ୍ଡି ଭାଷାରେ ୩ ରୁ ୬ ବର୍ଷ ବୟସ ଶିଶୁମାନଙ୍କୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରାଯିବ।

 ପ୍ରକାଶ ଥାଉ କି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ” ଏମ ପଢ଼ିବା ଆମ ଭାଷାରେ” ଯୋଜନାକୁ ୬ ଟି ଜନଜାତିଜିଲ୍ଲାମାଲକାନଗିରି,ନବରଙ୍ଗପୁର,ରାୟଗଡ଼ା,ଗଜପତି,କନ୍ଧମାଳ ଓ କେଉଁଝର ରେ ୧୮୦ ଟି ଅଙ୍ଗନବାଡି କେନ୍ଦ୍ର ରେ କାର୍ଯ୍ୟକାରୀ କରାଯିବ।କାର୍ଯ୍ୟକ୍ରମରେ ରାଇଘର ବ୍ଲକ ରୁ ଅଙ୍ଗନବାଡି କର୍ମୀ, ବହୁଭାଷି ଶିକ୍ଷକ,ରାଇଘର ସରପଞ୍ଚ ଓ ଅଭିଭାବକ ,ବି ଇ ଓ,ରାଇଘର, ଏ ବି ଡି ଓ ରାଇଘର ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।  

Related posts

ନିଶାମୁକ୍ତ ସମାଜ ଗଠନ ପାଇଁ ଗୁଣୁପୁରରେ ସଚେତନତା କାର୍ଯ୍ୟକ୍ରମ ମହର୍ଷି ଗୁରୁକୁଳ ମହାବିଦ୍ୟାଳୟରେ ନିଶାମୁକ୍ତି ପ୍ରତିଜ୍ଞା ଓ ରକ୍ଷାବନ୍ଧନ ଉତ୍ସବ

Sunil Chandra Nayak

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଧିରେଜ ଲେଙ୍କା ଙ୍କ ଲୋକପ୍ରିୟତା ବଢୁଛି!ଚୋରା ମଦ ବେପାରୀ ଙ୍କ ମନରେ କୋକୁଆଭୟ

masiha

ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ ୨୦୨୪ , ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!