ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ପରବର୍ତ୍ତୀ ଚାଷ ନେଇ ବିହନ ବଣ୍ଟନ କାର୍ଯ୍ୟକ୍ରମ 

ଧାନ ପରବର୍ତ୍ତୀ ଚାଷ ନେଇ ବିହନ ବଣ୍ଟନ କାର୍ଯ୍ୟକ୍ରମ 

ଡାବୁଗାଁ, ୩୦/୧୧ (ମ.ନି.ସ.) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୃଷି ସୁଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ଧାନ ପରବର୍ତ୍ତୀ ଚାଷ ନେଇ ନାକଚଣା ବିହନ ବଣ୍ଟନ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କୃଷି ବିଭାଗ ଓ ଓସ୍ଵା ସାମାଜିକ ସଂଗଠନ ପକ୍ଷରୁ ଧାନ ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଯୋଜନା (ରବି)୨୦୨୪-୨୫ କାର୍ଯ୍ୟକ୍ରମ ରେ ଧାନ ପରବର୍ତ୍ତୀ ଫସଲର ସଫଳତା ନିମନ୍ତେ ବିହନ ଏବଂ ଅନ୍ୟାନ୍ୟ କୃଷି ଭିତ୍ତିକ ସମାଗ୍ରୀ ବିତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ନାକଚଣା ବିହନ ବଣ୍ଟନ କରାଯାଇଛି |ଏହି ନାକଚଣା ମଞ୍ଜି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ ଓ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଡିଓ ଶରତ ମାଝୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଏମ୍. ଆପ୍ପା ରାଓ, ଜୟନ୍ତ କୁମାର ପାତ୍ର, ବ୍ଲକ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଓସ୍ଵା ସଂସ୍ଥାର ଜିଲା ସଂଯୋଜକ ଆଲୋକ କୁମାର ପଣ୍ଡା, ବ୍ଳକ ସଂଯୋଜକ ଶୁଭେନ୍ଦୁ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ | ସରକାରଙ୍କ ଯୋଜନାରେ ଆସୁଥିବା ନାକଚଣା ମଞ୍ଜି ନେଇ ଚାଷ କରି ଅଧିକ ଲାଭବାନ ହେବାକୁ ସମସ୍ତ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ l ଉକ୍ତ ସଂସ୍ଥା ପକ୍ଷରୁ ବ୍ଲକରେ ୧୪୦୦ ହେକ୍ଟର ବା ୩୫୦୦ ଏକର ଜମି ପାଇଁ ନାକଚଣା ମଞ୍ଜି ବାଣ୍ଟିବାକୁ ଥିବା ବେଳେ ଆଜି ୨୦୦ ଜଣ ଚାଷୀଙ୍କୁ ନାକଚଣା ମଞ୍ଜି ବଣ୍ଟନ କରାଯାଇଥିଲା l ଏଥିରେ ଡାବୁଗାଁ ବ୍ଲକ ସମସ୍ତ କୃଷି କର୍ମଚାରୀ, କୃଷକ ସାଥୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଶ୍ୱ ନାଟ୍ୟ ଦିବସ ପାଳିତ

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

ବିଧବା ବୋହୂ କୁ ବିବାହ ଦେଇ ଚର୍ଚ୍ଚାରେ ପୂର୍ବତନ ବିଧାୟକ ନବୀନ ନନ୍ଦ

Sunil Chandra Nayak

Leave a Comment

error: Content is protected !!