ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୧୨/୦୩/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ତା ୧୦/୦୩/୨୪ ରିଖ ରବିବାର ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ଉପହାର “। ଏଥିରେ (୧) ଜ୍ଯୋତିର୍ମୟୀ ଆଚାର୍ଯ୍ୟ, ବାଲେଶ୍ଵର (୨) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୩) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା (୪) ଡକ୍ଟର ସଙ୍ଗୀତା ନାଏକ ପୁରୋହିତ, ସମ୍ବଲପୁର (୫) ଅପରାଜିତା ରଥ, ଧୁଷୁରୀ, ଭଦ୍ରକ (୬) ଟି. ଏସ. ତମନ୍ନା, ଭାଲିଆଡିହା, ମୟୂରଭଞ୍ଜ (୭) ଗୀତା ମଞ୍ଜରୀ ଦାସ, ଭଦ୍ରକ (୮) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୯) ବର୍ଷାରାଣୀ ମହାମଲ୍ଲିକ, ବରଗଡ଼ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡକ୍ଟର ତାନଶ୍ରୀ ପାଣିଗ୍ରାହୀ, ଯିଏକି ପେଷାରେ ଜଣେ ଶିକ୍ଷୟିତ୍ରୀ ଓ ନିଶାରେ ଜଣେ ସୁ-ସାହିତ୍ୟ ସାଧିକା, ଘର ବାଲେଶ୍ଵର । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସମୀକ୍ଷାରୁ ଆନନ୍ଦିନୀ ମିଶ୍ର ପ୍ରଥମ, ଗୀତା ମଞ୍ଜରୀ ଦାସ ଦ୍ବିତୀୟ ଓ ଅପରାଜିତା ରଥଙ୍କୁ ତୃତୀୟ ସ୍ଥାନ ମିଳିଛି । ମୋଟ ୯ ଗୋଟି ଲେଖା ଆସିଥିଲା । ଏହି ୯ ଟି ଲେଖା ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିରୂପଣ କରାଯାଇଥିଲା । ଯେଉଁମାନଙ୍କର ଉଚ୍ଚକୋଟୀର ଥିଲା ସେମାନଙ୍କୁ ସ୍ଥାନ ମିଳିଛି । ଫଳାଫଳରେ କେହି ମନଉଣା କରନ୍ତୁ ନାହିଁ, ଲେଖା ଜାରି ରଖନ୍ତୁ ଦିନେ ନା ଦିନେ ନିଶ୍ଚୟ ସ୍ଥାନ ମିଳିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ୪୨ ତମ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ତ୍ରିଦୀଵସୀୟ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଉଦଯାପିତ 

masiha

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ 

Sunil Chandra Nayak

ଖରିଫ୍ ବର୍ଷ ୨୦୨୫-୨୬(ଖରିଫ) ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!