ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀରବ ସେବା ସଂଗଠନ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ 

ନୀରବ ସେବା ସଂଗଠନ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ 

  କଟକ : କଟକ ସଦର ୪୨ମୌଜା ନୀରବ ସେବା ସଂଗଠନ ତରଫରୁ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦଧିବାମନପୁର ସହଯୋଗିତାରେ “ବିଶ୍ଵ ମହିଳା ଦିବସ” ଉପଲକ୍ଷେ ଏକ ନାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାତୃ କର୍ମଶାଳା ଏବଂ ବିଭିନ୍ନ ଗଠନ ମୂଳକ ପ୍ରତିଯୋଗିତା ସହିତ ମାତୃତ୍ଵ ଭୂମିକାକୁ ସଫଳତାର ସହ ତୁଲାଇଥିବା ମା’ ମାନଙ୍କୁ ଓ ଅଙ୍ଗନୱାଡି ଦିଦି ମାନଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନୀୟ ଅତିଥି ଭାବେ ୪୨ ମୌଜା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ,ଅଧ୍ୟାପକ ବିରଞ୍ଚି ମହାପାତ୍ର,ପାଲା ଗାୟିକା ବନିତା ପତି,ସେବା ସଂଗଠନର ସଭାପତି ସୁମିତା ଦେବତା, ସମ୍ପାଦିକା ଲତାରାଣୀ ମିଶ୍ର,ବିଦ୍ୟା ମନ୍ଦିରର ସମ୍ପାଦକ ରବୀନ୍ଦ୍ର ଦେଵତା, ଶିତିକଣ୍ଠ କର ପ୍ରମୁଖ ମହିଳା ମାନଙ୍କୁ ଉଦବୋଧନ ଦେବା ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଶ୍ବରଂଜନ ତ୍ରିପାଠୀ ଓ ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜେକେ ପେପର ମିଲ୍ସରେ ଜରୁରୀକାଳୀନ ଅଗ୍ନିକାଣ୍ଡ ମକ୍ ଡ୍ରିଲ୍ 

masiha

ରାଉରକେଲାରେ ମହରମ୍ ଶୋଭାଯାତ୍ରା : ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ଯାପକ ପୋଲିସ୍ ମୁତୟନ

Sunil Chandra Nayak

କୋକସରା ବ୍ଲକ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ

masiha

Leave a Comment

error: Content is protected !!