ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ସେବା ସମିତି ପକ୍ଷରୁ ମେଡିସିନ୍ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ବାରା ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର

ଜଗନ୍ନାଥ ସେବା ସମିତି ପକ୍ଷରୁ ମେଡିସିନ୍ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ବାରା ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଓ ପରାମର୍ଶ ଶିବିର

ଜଗନ୍ନାଥ ସେବା ସମିତି ପକ୍ଷରୁ ଗତ ୭ ଓ ୧୪ ଏପ୍ରିଲ ୨୦୨୪ ରବିବାର ଦିନ ଧର୍ମଗଡ ସ୍ଥିତ ଜଗନ୍ନାଥ ସେବା ସମିତି କାର୍ଯ୍ୟାଳୟ ଠାରେ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଧର୍ମଗଡ ର ସୁନାମଧନ୍ୟ ଯୁବ ମେଡିସିନ ବିଶେଷଜ୍ଞ(Medicine Specialist) ଡାକ୍ତର ଶ୍ରୀନିବାସ ମେହେର(SR:AIIMS) ଯୋଗଦେଇ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ। ଉକ୍ତ ମାଗଣା ଶିବିରରେ ଧର୍ମଗଡ ଉପଖଣ୍ଡ ର ବିଭିନ୍ନ ବ୍ଲକ ଅଞ୍ଚଳ ରୁ ଶତାଧିକ ରୋଗୀ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଆର୍ଥିକ ଅସ୍ଵଚ୍ଛଳ ଥିବା ରୋଗୀଙ୍କୁ ମାଗଣରେ ରୋଗୀଙ୍କୁ ମାଗଣାରେ ଆବଶ୍ୟକୀୟ ଔଷଧ ବିତରଣ କରାଯାଇଥିଲା।ଜଗନ୍ନାଥ ସେବା ସମିତି ପକ୍ଷରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ମାନଙ୍କୁ ଅଣାଯାଇ ଏପରି ମାଗଣା ସ୍ବାସ୍ଥ୍ୟ ଶିବିର ଜରିଆରେ ସେବା କାର୍ଯ୍ୟ ଜାରୀ ରହିବ ବୋଲି ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।ଆବଶ୍ୟକସ୍ଥଳେ ଜଟିଳ ରୋଗରେ ପୀଡିତ ରୋଗୀ ଙ୍କୁ ଅସ୍ତ୍ରୋପଚାର (Operation) ଖର୍ଚ୍ଚ ଜଗନ୍ନାଥ ସେବା ସମିତି ବହନ କରିବ ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ,୨୦୦୮ ମସିହାରୁ ଜଗନ୍ନାଥ ସେବା ସମିତି ଜିଲ୍ଲାରେ ସେବା କାର୍ଯ୍ୟ କରିଆସୁଛି। ଗରିବ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ, ଆର୍ଥିକ ଅସ୍ଵଚ୍ଛଳ ଲୋକଙ୍କୁ ମାଗଣାରେ ପୂରୀ ଜଗନ୍ନାଥ ଦର୍ଶନ, ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ, ଗରୀବ କନ୍ୟା ରତ୍ନ ମାନଙ୍କ ବିବାହ ରେ ଆର୍ଥିକ ସହାୟତା, ଶ୍ମଶାନ ପାଇଁ ମାଗଣାରେ ଶବ ଦାହ ପାଇଁ କାଠ ଯୋଗାଣ ଏବଂ କରୋନା କାଳରେ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଓ ସୁଖା ଖାଦ୍ୟ ପ୍ରଦାନ କରି ଜଗନ୍ନାଥ ସେବା ସମିତି ଅଞ୍ଚଳରେ ସମସ୍ତଙ୍କ ର ପ୍ରୀୟଭାଜନ ହୋଇ ପାରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

TRUCK AND PICKUP VAN COLLIDE AND CATCH FIRE UNDER Rly Bridge IN RAYAGADA

masiha

ବୀଜୟନିଙ୍କୁ ମିଳିଲା ସଞ୍ଜୟ ତୁଳ ସମ୍ମାନ 

masiha

ନିଶାମୁକ୍ତ ଅଭିଯାନ: ଛାତ୍ରଛାତ୍ରୀଙ୍କୁ ନିଶାର କୁପରିଣାମ ସମ୍ପର୍କରେ ସଚେତନ କଲା ରାୟଗଡ଼ା ପୋଲିସ

Sunil Chandra Nayak

Leave a Comment

error: Content is protected !!