ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ଭୀମରାଓ ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ ପାଳିତ

ବାବା ଭୀମରାଓ ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ ପାଳିତ

   ରାଉରକେଲା:୧୪/୪/୨୪:  ଜିଲ୍ଲା ସୂଚନା ଓ ଲୋକ  ସଂପର୍କ କାର୍ଯ୍ୟାଳୟ ଓ ଆମ୍ବେଦକର ସ୍ମୃତି କମିଟି ର ମିଳିତ ଆନୁକୂଲ୍ୟରେ ରେ ଡା ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ଆଜି ରାଉରକେଲା ରେ ପାଳିତ ହୋଇ ଯାଇଛି।  ଉଦିତ ନଗର ସ୍ଥିତ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତି ପଲ୍ଲବୀ ନାୟକ  ମୁଖ୍ଯ ଅତିଥି  ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ।  ଏହି ଅବସର ରେ  ଶ୍ରୀମତୀ ନାୟକ ସମ୍ବିଧାନ ର ପ୍ରଣେତା ବାବା ଭୀମରାଓ ଆମ୍ବେଦକରଙ୍କ ଦେଶ ନିର୍ମାଣ ରେ କରିଥିବା ଅବଦାନକୁ ମନେ ପକାଇ ଥିଲେ। ଏବଂ ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ ା  ଏହି ଅବସରରେ ଅମ୍ବେଦକର ସ୍ମୃତି କମିଟିର ସଂପାଦକ ହଳଧର ମହାନନ୍ଦ ସମେତ ମଚିନ୍ଦ୍ର କଲେତ, ପରିକ୍ଷିତ ସାଗର , ପ୍ରକାଶ ସାଗର , ହିଂମାଶୁ ସାହୁ , ମୁରଲି ଜୟପୁରିଆ, କିଶୋର ମହାନନ୍ଦ ଆଦି କମିଟି ର ସଦସ୍ୟ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକ ଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ 

ଜିଲ୍ଲା ଦିଶା କମିଟି ବୈଠକ – ଜିଲ୍ଲାରେ କାର୍ଯକାରୀ ହେଊଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା 

Sunil Chandra Nayak

ବିଲରେ ଟଳି ପଡିଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!