ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣିକପୁର ପଞ୍ଚାୟତରେ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ

ମାଣିକପୁର ପଞ୍ଚାୟତରେ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ

ମୟୂରଭଂଜ – ୧୫/୦୮ — ମୟୂରଭଂଜ ଜିଲ୍ଲାର ବିଜାତଳା ଵ୍ଳକର ମାଣିକପୁର ପଞ୍ଚାୟତରେ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମାଣିକପୁର‌ ପଞ୍ଚାୟତର ଯୁଵ ସରପଞ୍ଚ ଶୁଶାନ୍ତ ମୁଣ୍ଡା ଏଵଂ ସମ୍ମାନିତ ଅତିଥି ଭାଵେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଟୁଡୁ ପ୍ରମୁଖ ଯୋଗ ଦେଇ ଥିଲେ ।ସ୍ଥାନୀୟ ଉଷା ଦେବୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ,ଶିକ୍ଷକବ ,ଶିକ୍ଷୟତ୍ରୀ ପ୍ରବଳ ବର୍ଷାକୁ ଖାତିର ନ କରି ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିଲେ ।ମୂଖ୍ଯ ଅତିଥି ସରପଞ୍ଚ ଶୁସାନ୍ତ ମୁଣ୍ଡା ପତକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀମାନଙ୍କଠାରୁ ପ୍ୟାରେଡ ଅଭିଵାଦନ ଗ୍ରହଣ କରିଥିଲେ ।ମୁଖ୍ଯ ଅତିଥି ଭାରତ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ଦିବଂଗତ ନେତାମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସେମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆମ୍ଭେ ଆଜି ସ୍ବାଧୀନତା ପାଇଛୁ ।ତଦସହ ମାଣିକପୁର ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଂଚଳର ସମସ୍ତ ବାସିନ୍ଦା,ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ଓ ସହଭାଗିତାରେ ମାଣିକପୁର ପଞ୍ଚାୟତର ବିକାଶ ରଥକୁ ଆଗେଇ ନେବା ବୋଲି କହିଥିଲେ ।ତେଣୁ ସମସ୍ତେ ମିଳିମିଶି ମାଣିକପୁର ଆଗକୁ କିଭଳି ବଢିବ ଚେଷ୍ଟା କରିବା ବୋଲି କହିଥିଲେ ।ପରେ ପଞ୍ଚାୟତ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଓଡ଼ିଶା–ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ୮ଟି ଜଙ୍ଗଲୀ ହାତୀଙ୍କ ଚଳପ୍ରଚଳ

Sunil Chandra Nayak

ରାଇରଙ୍ଗପୁରରେ ନେସ୍କୋ ପାୱାର ଏମ୍ପ୍ଲୋଇଜ ୟୁନିଅନ ବିଶ୍ବ ଶ୍ରମିକ ଦିବସ ପାଳିତ

masiha

ରାଜ୍ୟ ଅଙ୍ଗନୱାଡ଼ି ସଂଘ ଧାରଣାରେ କଳାହାଣ୍ଡି ର ଶତାଧିକ ଯୋଗଦାନ

masiha

Leave a Comment

error: Content is protected !!