ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଘ୍ନ ନାଶକ ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ବିଘ୍ନ ନାଶକ ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଆସିକା, ୨୧/୮/୨୫ — ପାର୍ବଣ ଋତୁର ପ୍ରଥମ ପୂଜା ଗଣେଶ ପୂଜା। ଆଉ ମାତ୍ର ଚାରିଟି ଦିନ ପରେ ଆସନ୍ତା ବୁଧବାର ଦିନ ବିଘ୍ନ ନାଶକ, ବକ୍ର ତୁଣ୍ଡ ମହାକାୟ ,ବିଦ୍ୟାପତି ଗଣନାଥ ଙ୍କ ପୂଜା । ଏଣୁ ଗାଁ ଠାରୁ ସବୁଠି ପାର୍ବଣ ଆଗମନରେ ପୁଲକିତ ହୋଇ ଉଠିଲାଣି ଧରା ପୃଥିବୀ । ସାହି ବସ୍ତି ଠାରୁ ଶିକ୍ଷାନୁଷ୍ଠାନ ସବୁଠି ଗଣେଶ ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଆକର୍ଷିତ କରିବା ଭଳି ବିଭିନ୍ନ ଢଙ୍ଗର ଭଳିକି ଭଳି ମୂର୍ତ୍ତି ନିର୍ମାଣ କରିଛନ୍ତି କାରିଗର । ଚଳିତ ବର୍ଷ ଭଲ ଦୁଇ ପଇସା ରୋଜଗାର ହେବାର ଆଶା ରଖିଛନ୍ତି କାରିଗର ମାନେ । ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ବସ ଷ୍ଟାଣ୍ଡ ନିକଟରେ ଥିବା କୋଣାର୍କ ଚିତ୍ର ଶିଳ୍ପୀ କୁଟୀରରେ ସଂପ୍ରତି ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ଧରଣର ଛୋଟ ରୁ ବଡ ଯଥା ଏକ ଫୁଟରୁ ଆରମ୍ଭ କରି ତେର ଫୁଟ ପର୍ଯ୍ୟନ୍ତ ଉଚ୍ଚତା ର ମୂର୍ତ୍ତି ନିର୍ମାଣ କରିଛନ୍ତି କାରିଗର କିଶୋର ଚନ୍ଦ୍ର ମହାପାତ୍ର ଓ ତାଙ୍କ ପୁଅ ଶାନ୍ତନୁ ମହାପାତ୍ର । ଭଳିକି ଭଳି ମୂର୍ତ୍ତି ର ମୂଲ୍ୟ ମଧ୍ୟ ପଚାଶ ଟଙ୍କାରୁ ଆରମ୍ଭ କରି ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । କାହିଁ କେତେ ପିଢ଼ି ଏହି କୌଳିକ ବୃତ୍ତି ରେ ନିମଗ୍ନ ରହି ଗଣେଶ, ଦୂର୍ଗା,ଜଗନ୍ନାଥ ଠାକୁରଙ୍କ ସିମେଣ୍ଟ,ପଥର,କାଠ ମୂର୍ତ୍ତି ନିର୍ମାଣ ସହ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ମଧ୍ୟ ନିର୍ମାଣ କରୁଛନ୍ତି । ମୂର୍ତ୍ତି ନିର୍ମାଣ ସମ୍ପର୍କରେ ଶିଳ୍ପୀ ଶାନ୍ତନୁ କହନ୍ତି ଆଜିକାଲି ପ୍ଲାଷ୍ଟର ଅଫ ପେରିସ ମୂର୍ତ୍ତି ଆକର୍ଷଣୀୟ ସହ ମିତବ୍ୟୟୀ ହେଉଥିବାରୁ ଲୋକେ ଏହାକୁ ଅଧିକ ପସନ୍ଦ କରୁଛନ୍ତି । ଏଣୁ ଚଳିତ ବର୍ଷ ଫ୍ରେମ ଭିତରେ ପ୍ଲାଷ୍ଟର ପେରିସ, ନଡିଆ କତା,ଖଡ଼ି ବ୍ୟବହାର କରି ମୂର୍ତ୍ତି ନିର୍ମାଣ କରିଛନ୍ତି କାରିଗର ଶାନ୍ତନୁ । ପ୍ରଥମେ ମୂର୍ତ୍ତି ନିର୍ମାଣ ପରେ ଏହାକୁ ବିଭିନ୍ନ ଆକର୍ଷଣୀୟ ରଙ୍ଗ ଦେଇ ସଜାଇଛନ୍ତି । ରଙ୍ଗ କାମ ପାଇଁ ଅଠର ଦିନ ସମୟ ଲାଗିଥିବା ବେଳେ ସମ୍ପୂର୍ଣ ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ପଚିଶ ଦିନ ଲାଗିଛି । ପରିତୋସ ସମ୍ପର୍କରେ ପ୍ରଶ୍ନ ବେଳେ ପରିବାର ପ୍ରତିପୋଷଣ ପାଇଁ କୌଳିକ ବୃତି କୁ ଆପଣାଇ ଚାଲିଛୁ,କିନ୍ତୁ ଏଥିରେ ଆନନ୍ଦ ଅଛି ହେଲେ ପେଟ ପୂରିନାହିଁ ବୋଲି ପ୍ରକାଶ କରିଛନ୍ତି କିଶୋର ମହାପାତ୍ର । ଧରାକୋଟ ରାଜା ଧରାକୋଟ ଗଡର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ତିନି ଠାକୁରଙ୍କ ନବଯୌବନ ସେବା ପାଇଁ ପୁରୀରୁ ଚିତ୍ରକର ପରିବାରକୁ ଏଠାକୁ ଆଣିଥିଲେ । କିଶୋରଙ୍କ ପରିବାର ସଂପ୍ରତି ବଳଭଦ୍ର ଙ୍କ ମୂର୍ତ୍ତିର ନବ ଯୌବନ ସମୟରେ ରଙ୍ଗ କରିବା ଦାୟିତ୍ବ ସୁଚାରୁ ରୁପେ ନିଭାଇ ଆସୁଛନ୍ତି । ସଂପ୍ରତି ମୁଣ୍ଡମରାଇ ବସ ଷ୍ଟାଣ୍ଡ ନିକଟରେ କୋଣାର୍କ ଚିତ୍ର ଶିଳ୍ପୀ କୁଟୀରରେ ଭିନ୍ନ ଭିନ୍ନ ଧରଣର ଗଣେଶ ମୂର୍ତ୍ତି ବିକ୍ରୀ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ଦୁର୍ଗା ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି।କିଶୋର ଚନ୍ଦ୍ର ମହାପାତ୍ର ଙ୍କ ପୁଅ ଶାନ୍ତନୁ ମହାପାତ୍ର ଜଣେ ନିଖୁଣ କାରିଗର ଭାବରେ ବିଭିନ୍ନ ପର୍ବ ପର୍ବାଣୀରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଦେବା ଦେବୀ ମୂର୍ତ୍ତି ନିର୍ମାଣ କରି ଜଣେ ସଫଳ କାରିଗର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

ଡିଆଇଜି, ଜିଲ୍ଲାପାଳ ଓ ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା

କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଖଇରା ବ୍ଲକ ସମାଜସେବୀ

Sunil Chandra Nayak

Leave a Comment

error: Content is protected !!