ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ କୋଇଡା ଥାନାଧିକାରୀଙ୍କୁ କୋଇଡା ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ 

ନୂତନ କୋଇଡା ଥାନାଧିକାରୀଙ୍କୁ କୋଇଡା ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ 

  କୋଇଡା -୨୬/୦୪ // ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ କୋଇଡା ଥାନା ରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀ ଜ୍ୟୋତି ରଞ୍ଜନ ପତି ଯୋଗଦାନ କରିଛନ୍ତି । ତାଙ୍କୁ କୋଇଡା ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି I ସୂଚନା ଥାଉ ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ କୋଇଡା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଙ୍କ ର ବିଶ୍ରା ଥାନା ଙ୍କୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନ ରେ ବିଶ୍ରା ଥାନା ରେ କାର୍ଯ୍ୟରତ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି କୋଇଡା ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି Iତାଙ୍କୁ କୋଇଡା ପ୍ରେସ କ୍ଳବ୍ ସଭାପତି ସଂଗ୍ରାମ କେଶରୀ ନାୟକ ଏବଂ ସଂପାଦକ ବୁବୁ ଜେନାଙ୍କ ନେତୃତ୍ବରେ ସଦସ୍ୟ ବୃନ୍ଦ ତାଙ୍କ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।ତଦସହ ରତ୍ନଗର୍ଭା କୋଇଡା ଅଂଚଳର ସବୁକିଛି ଥାଇ ମଧ୍ଯ ଦୀପ ତଳ ଅନ୍ଧାର ର ସୂଚନା ଦେଇଥିଲେ ।କୋଇଡା ଅଂଚଳର ଖଣି ଖାଦାନ ସମସ୍ୟା,ଶ୍ରମିକ ସମସ୍ୟା, ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଲୁହାପଥର ବୋଝେଇ ଟ୍ରକ ଅଟକିବା,ଟ୍ରାଫିକ ସମସ୍ୟା, ଲୁହା ପଥର ଚୋରା ଚାଲାଣ,ଆଇନ ଶୃଙ୍ଖଳା ସମସ୍ୟା ଉପରେ ଆଲୋଚନା କରିଥିଲେ ।ସାମ୍ବାଦିକ ଓ ପୋଲିସର ସମ୍ପର୍କ ଅତୁଟ ରହୁ । ସମସ୍ତେ ମିଳିମିଶି କୋଇଡା ଅଂଚଳର ସର୍ବାଙ୍ଗୀନ ଉନ୍ନତି ,ସବୁଜ,ସୁନ୍ଦର,ଶାନ୍ତ ଅଂଚଳ ସହ ବିକାଶରେ ଭାଗିଦାରୀ ହେବାପାଇଁ କହିଥିଲେ ।ନୂତନ ଆଇଆଇସି ଜ୍ୟୋତି ରଞ୍ଜନ ପତି କୋଇଡା ଅଂଚଳର ବରିଷ୍ଠ ନାଗରିକ ସମସ୍ୟା,ମହିଳା ଶିଶୁ ସୁରକ୍ଷା,ଶ୍ରମିକ ସମସ୍ୟା,ଟ୍ରାଫିକ ସମସ୍ୟା , ଅମାନିଆ ଟ୍ରକ ଚାଳକ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଅଂଚଳର ଆଇନଶୃଙ୍ଖଳା ସୁରକ୍ଷା ଉପରେ ଗୁରୁତ୍ବ ଦେବାପାଇଁ କହିଥିଲେ ।ଏହା ପୂର୍ବରୁ ସେ ବିଶ୍ରା ଥାନାରେ କାର୍ଯ୍ୟରତ ଥିଲେ ।କୋଇଡା ଥାନାଧିକାରୀ ମନୋରଞ୍ଜନ କୁମ୍ଭାର ଵିଶ୍ରା ଥାନାକୁ ବଦଳି ଦେଇଛନ୍ତି ।ସେ ମଧ୍ଯ ଜଣେ ଦକ୍ଷ ପୋଲିସ ପ୍ରଶାସକ ଥିଲେ । ତାଙ୍କର ସାମ୍ବାଦିକ ଓ ଅଂଚଳ ବାସୀଙ୍କ ସହ ସମ୍ପର୍କ କୁ କେହି ଭୁଲି ପାରିବେ ନାହିଁ ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ

masiha

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

Sunil Chandra Nayak

ମାଁ ମାଣିକେଶ୍ବରୀ ଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ଯରେ ଲୋକେ ଶ୍ରମଦାନ କଲେ

Sunil Chandra Nayak

Leave a Comment

error: Content is protected !!