ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରିୟ ଦର୍ଶନି ଇନ୍ଦିରା ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ସ୍ୱୟଂ ରକ୍ଷା ପ୍ରଶିକ୍ଷଣ ଶିବିର ସମାପ୍ତ, ୪୨ ଛାତ୍ରୀ ଲାଭାନ୍ୱିତ

ପ୍ରିୟ ଦର୍ଶନି ଇନ୍ଦିରା ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ସ୍ୱୟଂ ରକ୍ଷା ପ୍ରଶିକ୍ଷଣ ଶିବିର ସମାପ୍ତ, ୪୨ ଛାତ୍ରୀ ଲାଭାନ୍ୱିତ

ଜୁନାଗଡ଼,୧୦/୭ (ମନୀସ) ଓଡ଼ିଶା ସରକାରଙ୍କ ଶକ୍ତିଶ୍ରୀ ଏମ୍ପାୱରମେଣ୍ଟ ସେଲ୍ ପକ୍ଷରୁ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସଚେତନତା ଓ ଆତ୍ମରକ୍ଷା କୌଶଳ ବିକାଶ ଉଦ୍ଦେଶ୍ୟରେ ପ୍ରିୟ ଦର୍ଶନି ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ଼ରେ ଆୟୋଜିତ ସପ୍ତାହବ୍ୟାପୀ ସ୍ୱୟଂ ରକ୍ଷା ପ୍ରଶିକ୍ଷଣ ଶିବିର ଶୁକ୍ରବାର ସଫଳତାର ସହ ସମାପ୍ତ ହୋଇଛି।ଗତ ୪ ଜୁଲାଇରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରଶିକ୍ଷଣରେ ମହାବିଦ୍ୟାଳୟର ୪୨ ଜଣ ଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ l ପ୍ରଶିକ୍ଷଣରେ ବିଭିନ୍ନ ଆତ୍ମରକ୍ଷା କୌଶଳ ସମ୍ପର୍କରେ ବ୍ୟବହାରିକ ତାଲିମ ପ୍ରଦାନ କରାଯାଇଥିଲା lକାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଅମିତା ମେହେର ଥିବାବେଳେ ଅଭିଜ୍ଞ ପ୍ରଶିକ୍ଷକ ଜଲି ପରା ଭୋଇ ଓ ଶିବାନୀ ଭାଟି ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ସମାପନୀ ଉତ୍ସବରେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବର୍ତ୍ତମାନ ସମୟରେ ପ୍ରତ୍ୟେକ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିକ୍ଷା ଅତ୍ୟନ୍ତ ଜରୁରୀ। ଏହିପରି ପ୍ରଶିକ୍ଷଣ ସେମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ସୁରକ୍ଷାବୋଧ ବୃଦ୍ଧି କରିବ ବୋଲି ସେ ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ମିଡିଆ କ୍ଲବର ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି ଯୋଗଦେଇ ମହିଳା ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରିୟବ୍ରତ ବାଣୁଆ ସ୍ୱୟଂ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଏହାର ଆବଶ୍ୟକତା ଓ ମହିଳା ସଶକ୍ତୀକରଣରେ ଏହାର ଭୂମିକା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ଶକ୍ତିଶ୍ରୀଏମ୍ପାୱରମେଣ୍ଟ ସେଲ୍‌ର ସଂଯୋଜିକା ଅଧ୍ୟାପିକା ଅମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ଓ ଅଧିବାସ ଅନୁଷ୍ଠିତ 

Sunil Chandra Nayak

ଷୋହଳତମ ଜନ୍ମଦିନ, ସ୍ମୃତି ବହନକରେ କାହିଁକି ?

Sunil Chandra Nayak

କୁସୁର୍ଲା ହଜାରୀପଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!