ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଉତ୍ସବ

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଉତ୍ସବ

ଆସିକା ୧୦/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ଅନ୍ତର୍ଗତ ଓଳମ୍ୱା ଗ୍ରାମ ସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ 34 ବର୍ଷ ଧରି କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶିଶିର ମହାନ୍ତି ଙ୍କୁ ବିଦ୍ୟାଳୟ ପରିସରରେ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୋରା ମହାକୁଡ଼ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ମୁଖ୍ୟ ବକ୍ତା ଭାବେ କାଶୀନଗର ବ୍ଲକ ଅବସର ପ୍ରାପ୍ତ ବି ଇ ଓ ବୃଶକେତୁ ଦାସ, ସମ୍ମାନୀତ ଅତିଥିଭାବେ ପୂର୍ବତନ ବି ଇ ଓ ରମେଶ ଚନ୍ଦ୍ର ସାହୁ, ବି ଆର ସି ସି ସୌରି ଶଙ୍କର ବେହେରା,ଶିକ୍ଷକ ନେତା ପ୍ରଶାନ୍ତ ପତି, ବରିଷ୍ଠ ଶିକ୍ଷକ ସୁଶାନ୍ତ ନାୟକ, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ, ଏସ ଏମ ସି ସଭାପତି ସୁଧାକର ସ୍ୱାଇଁ, ପୂର୍ବତନ ଏ ବି ଇ ଓ ଗୋପାଳ କୃଷ୍ଣ ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ, ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ଛାତ୍ର ବତ୍ସଳ ଗୁଣ,କର୍ମଠ,ଗୁଣାତ୍ମକ ଶିକ୍ଷାଦାନ ଉପରେ 7 ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଶିଶିର ମହାନ୍ତିଙ୍କ ରଚିତ ପୁସ୍ତକ ‘ ସ୍ମୃତିରେ ମୋ ବିଦ୍ୟାଳୟ ‘ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସମବେତ ହୋଇ ନିଜର ପ୍ରିୟ ଶିକ୍ଷକ ଙ୍କୁ ପୁଷ୍ପଗୁଚ୍ଛ ,ଉପଢୌକନ ଓ ମାନପତ୍ର ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଶିକ୍ଷକ ନିଶାକର ପାତ୍ର ସଂଯୋଜନା କରିଥିବାବେଳେ ଶିକ୍ଷକ ମଙ୍ଗୁଳୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ପବିତ୍ର ରକ୍ଷାଵନ୍ଧନ ଉପଲକ୍ଷେ ହଂସୁଆ କଳା ପ୍ରତିଷ୍ଠାନ ପକ୍ଷରୁ ଵୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲେ ଅନଶନ ରେ ବସିଥିବା ଆନ୍ଦୋଳନ କାରୀ

Sunil Chandra Nayak

Leave a Comment

error: Content is protected !!