ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଜପେୟୀ ଜୟନ୍ତୀ ଉପଲକ୍ଷେ ବସ୍ତାରେ ସୁଶାସନ ଦିବସ ପାଳିତ

ବାଜପେୟୀ ଜୟନ୍ତୀ ଉପଲକ୍ଷେ ବସ୍ତାରେ ସୁଶାସନ ଦିବସ ପାଳିତ

ବସ୍ତା, ୨୫।୧୨: ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ର ୧୦୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବସ୍ତାର ନୂତନ ବସ ଷ୍ଟାଣ୍ଡ ସମ୍ମୁଖରେ ସୁଶାସନ ଦିବସ ପାଳିତ ହୋଇଥିଲା। ପୂର୍ବତନ ସମିତି ସଭ୍ୟ ରାଧାଶ୍ୟାମ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିବଂଗତ ନେତା ବାଜପେୟୀ ଜୀ ଙ୍କର ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। କବିମାନେ ବାଜପେୟୀ ଙ୍କ ଉଦ୍ଦେଶ୍ୟ ରେ ସ୍ୱରଚିତ କବିତା ପାଠ ସହ ତାଙ୍କ ଦ୍ୱାରା ଲିଖିତ କବିତା ପ୍ରସ୍ତୁତ କରିଥିଲେ। ମୁଖ୍ୟ ବକ୍ତା ବିଜେପି ନେତା ଶ୍ୟାମପ୍ରାସଦ ବେହେରା ଅଟଳଜୀ ଙ୍କ ସହିତ ହୋଇଥିବା ବ୍ୟକ୍ତିଗତ ଆଲୋଚନା ର ବିବରଣୀ ପ୍ରଦାନ କରିବା ସହ ଅନ୍ୟ ବକ୍ତା ପୂର୍ବତନ ସରପଞ୍ଚ ଦେବାଶିଷ ମହାପାତ୍ର, ଶିବାନନ୍ଦ ଦାସ, ଖଗେନ୍ଦ୍ର ନାୟକ, ରଞ୍ଜନ ମହାନ୍ତି, ଫର୍ଣ୍ଣାଲ ବିଶ୍ୱାଳ, ଅଦ୍ୱୈତ ଜେନା, ରାସବିହାରି ଦାସଅଧିକାରୀ, ପ୍ରକାଶ କୁଣ୍ଡୁ, ବସନ୍ତ ବାରିକ, ପ୍ରସନ୍ନ ପଣ୍ଡା, ଦିଲ୍ଲୀପ ପଣ୍ଡା, ଅଭିରାମ ମଲ୍ଲିକ, ଉମାକାନ୍ତ ବେଜ, ବିନୟକେତନ ଜେନା, ବିକାଶ ପଣ୍ଡା, ସୂର୍ଯ୍ୟ ନାରାୟଣ ସାହୁ, ପରମାନନ୍ଦ ମହାପାତ୍ର, ଶରତ ବାରିକ, ରବି ରାଉଳ, ଝାଡେଶ୍ୱର ଦାସ, ବେଣୁଧର ରାଉତ ପ୍ରମୁଖ ବାଜପେୟୀଙ୍କ ଦ୍ୱାରା ପ୍ରଣୀତ ବୈଦେଶିକ ନୀତି, ଅନ୍ତଦୟ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା, ସ୍ଵାସ୍ଥ୍ୟ ସମ୍ପର୍କିତ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ। 

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ବିକାଶ ର ଧାରା ଓଡ଼ିଶା ସାରା ରେ ମହିଳା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ମହାନଗରରେ ଅନୁଷ୍ଠିତ ହେଲା ପଥ ଉତ୍ସବ

Sunil Chandra Nayak

Leave a Comment

error: Content is protected !!