ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଦାବୀରେ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ମାରିଲେ ଛାତ୍ରଛାତ୍ରୀ,ବିଦ୍ୟାଳୟରେ ପହଞ୍ଚିଲେ ଉପଜିଲ୍ଲାପାଳ

ଶିକ୍ଷକ ଦାବୀରେ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ମାରିଲେ ଛାତ୍ରଛାତ୍ରୀ,ବିଦ୍ୟାଳୟରେ ପହଞ୍ଚିଲେ ଉପଜିଲ୍ଲାପାଳ

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଗେଟ୍ ରେ ତାଲା ମାରି ଧାରଣା ଦେଇଥିବା ବେଳେ ଉକ୍ତ ରାସ୍ତା ଦେଇ ଧର୍ମଗଡ଼ ଉପଜିଲ୍ଲାପାଳ ଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରି ତାଲା ଖୋଲି ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ ।ଛାତ୍ରଛାତ୍ରୀଙ୍କ ଅଭିଯୋଗରୁ ଜଣାଯାଏ ଯେ ଉକ୍ତ ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୩ ଶିକ୍ଷକ ୧ ଶିକ୍ଷୟତ୍ରୀ ଅଛନ୍ତି l ବର୍ତ୍ତମାନ ୨ ଜଣ ଶିକ୍ଷକ ଜନଗଣନା କାମରେ ବାହାରେ ରହୁଥିବା ବେଳେ ୨ ଜଣ ଶିକ୍ଷକ ବିଦ୍ୟାଳୟ ଦାୟିତ୍ବରେ ରହୁଥିବା ବେଳେ ୯ ଶ୍ରେଣୀ ୧୮୮ ଜଣ ଛାତ୍ରଛାତ୍ରୀଙ୍କୁ କେବଳ ଜଗିବା ହିଁ ସାର ହେଉଛି l ଦିନକୁ ଦିନ ପାଠ ପଢା ହେଉନଥିବା ବେଳେ ଆଜି ସ୍କୁଲ ସମୟରେ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପକାଇ ଠିଆ ହୋଇ ରହିଥିଲେ l ବିଦ୍ୟାଳୟର ଶିକ୍ଷକ ମାନେ ଗେଟ ଖୋଲି ବିଦ୍ୟାଳୟ ମଧ୍ୟକୁ ଯିବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ ସୁଦ୍ଧା ଛାତ୍ରଛାତ୍ରୀମାନେ ଗେଟ ନଖୋଲି ଗେଟ ସମ୍ମୁଖରେ ଠିଆ ହୋଇ ରହିଥିଲେ l ଦୀର୍ଘ ୧ ଘଣ୍ଟା ଛାତ୍ରଛାତ୍ରୀ ଗେଟ ସମ୍ମୁଖରେ ଠିଆ ହୋଇ ରହିଥିବା ବେଳେ ଉକ୍ତ ରାସ୍ତା ଦେଇ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଆଗ୍ରୱାଲ ଯାଉଥିବା ବେଳେ ଛାତ୍ରଛାତ୍ରୀ ତାଙ୍କ ଗାଡିକୁ ଅଟକାଇଥିଲେ l ଛାତ୍ରଛାତ୍ରୀଙ୍କଠାରୁ ବିଦ୍ୟାଳୟରେ ଥିବା ଅସୁବିଧା ଶୁଣି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରି ଗେଟ ଖୋଲି ନିଜେ ଉପଜିଲ୍ଲାପାଳ ୩ ଘଣ୍ଟାରୁ ଅଧିକ ସମୟ ରହି ବିଦ୍ୟାଳୟରେ ଥିବା ଶିକ୍ଷକ ସମସ୍ୟା ବିଷୟରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ କଥାବର୍ତ୍ତା ହୋଇ ଖୁବ କମ ଦିନ ମଧ୍ୟରେ ଶିକ୍ଷକ ସମସ୍ୟା ଦୂର ହେବ ବୋଲି କହିଥିଲେ l ବିଦ୍ୟାଳୟରେ ଥିବା ପାନୀୟ ଜଳ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ବୁଝି ବିଦ୍ୟାଳୟ ମଧ୍ୟକୁ ଗୋଲାମୁଣ୍ଡା ବିଡ଼ିଓ ବିଶ୍ୱନାଥ ରାଉତ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଡ଼କାଇ ଯଥାଶୀଘ୍ର ସମସ୍ତ ସମସ୍ୟା ସମାଧାନ କରିବାକୁ କହିଥିଲେ l ଉପଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କ ସହିତ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ମଧ୍ୟ କରିଥିଲେ l

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥର ନାଉଯୋଡାରେ ଗୋରୁପଲକୁ ରକ୍ଷା କରିବାକୁ ଯାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

Sunil Chandra Nayak

ଡାବୁଗାଁ ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

Sunil Chandra Nayak

ତୃତୀୟ ଦିନରେ ଶିକ୍ଷକ ଙ୍କ ଗଣ ଧାରଣା:- ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା; ଭୟ ନୁହେଁ ନ୍ୟାୟ ଦିଅ

masiha

Leave a Comment

error: Content is protected !!