ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପନିପରିବା ଦର ଆକାଶଛୁଆଁ ଖାଉଟି ହନ୍ତସନ୍ତ

ପନିପରିବା ଦର ଆକାଶଛୁଆଁ ଖାଉଟି ହନ୍ତସନ୍ତ

ନର୍ଲା: ପାର୍ବଣ ଋତୁ ଆସିଲେ ପନିପରିବା ଦର ଆକାଶଛୁଆଁ ହୋଇଥାଏ। ବିଶେଷ କରି ଶ୍ରାବଣ ଓ କାର୍ତ୍ତିକ ମାସରେ ପରିବା ଦର ଶୁଣିଲେ ଘର ଚଳାଇବା ଚିନ୍ତା ଲାଗେ ବୋଲି ଖାଉଟିମାନେ ପ୍ରକାଶ କରିଛନ୍ତି। ଏହି ଦୁଇ ମାସରେ ଅଧିକାଂଶ ଲୋକ ନିରାମିଷ ଭୋଜନ କରିଥାନ୍ତି। ଯାହା ଫଳରେ ପନିପରିବା ଉପରେ ଲୋକଙ୍କ ନଜର ଥାଏ। ଚଳିତ ବର୍ଷର ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଧିକାଂଶ ଜିଲ୍ଲାର ଚାଷୀଙ୍କ ପନିପରିବା ଉତ୍ପାଦନ କ୍ଷମତା କମି ଥିବା ବେଳେ ଅନ୍ୟ ରାଜ୍ୟରୁ ଆମଦାନୀ କରିବା ହେଉଛି। ଏଥିଯୋଗୁଁ ଅହେତୁକ ଦର ବୃଦ୍ଧି ହେଉଛି ବୋଲି ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ନର୍ଲାରେ ରବିବାର ଓ ଗୁରୁବାର ଦିନ ସାପ୍ତାହିକ ହାଟ ବସୁଥିବା ବେଳେ ରୁପ୍ରାରୋଡରେ ବୁଧବାର,ବାଳିପଡା ଠାରେ ସୋମବାର,ରୁପ୍ରା ଠାରେ ମଙ୍ଗଳବାର, ଶୁକ୍ରବାର ଦିନ ଲାଖପଦର ଓ ଶନିବାର ଦିନ ବୁଢିପଦର ଭାଲୁ ଡୁଙ୍ଗୁରି ଠାରେ ପରିବା ହାଟ ବସିଥାଏ। ଏହି ସବୁ ହାଟରେ ଦରଦାମ୍ ନିୟନ୍ତ୍ରଣ ଉପରେ କୌଣସି ଅଙ୍କୁଶ ଲାଗି ପାରୁ ନାହିଁ ଫଳରେ ସାଧାରଣ ଲୋକଙ୍କ ହସ୍ତତନ୍ତ ବଢ଼ି ଚାଲିଛି। ସୂଚନା ଅନୁଯାୟୀ ହାଟ ଗୁଡ଼ିକରେ ପିଆଜ କିଲୋ ୪୦ ଟଙ୍କା,ଆଳୁ କିଲୋ ୨୦ ରୁ ୩୦, ଟମାଟୋ ୫୦, ଫୁଲ କୋବି ୧୨୦, ବିନସ ୧୦୦, ବନ୍ଧାକୋବି ୫୦, ବାଇଗଣ ୬୦, କଲରା ୮୦, ଭେଣ୍ଡି ୪୦, କଞ୍ଚା ଲଙ୍କା ୧୦୦, ପୋଟଳ ୧୦୦,କାଙ୍କଡ ୧୨୦, କଦଳୀ ୬୦ ଟଙ୍କା ଦରରେ କିଲୋ ଗ୍ରାମ ପିଛା ବିକ୍ରି ହେଉଥିବାବେଳେ ଗରିବ ଖଟିଖିଆ ମାନଙ୍କୁ କାଳ ସାଜିଛି। ଗତ କିଛିଦିନ ତଳେ ପରିବା ଦର ନିୟନ୍ତ୍ରଣରେ ରହିଥିଲା କିନ୍ତୁ ଶ୍ରାବଣ ମାସ ଆସିଲା ପରେ ଏହା ଦ୍ଵିଗୁଣିତ ହୋଇଛି। ପ୍ରଶାସନିକ ସ୍ତରରେ ଏହାର କୈାଣସି ଲଗାମ ନ ଥିବା ଯୋଗୁଁ ମନମାନିରେ ପରିବା ବ୍ୟବସାୟ ଚାଲୁଥିବା ଜଣା ପଡିଛି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ      ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରେରଣା କୁ ଗୁରୁତ୍ୱାରୋପ

Sunil Chandra Nayak

ଧର୍ମଗଡ ଠାରେ ଛାତ୍ର ଓ ଛାତ୍ରୀ ଙ୍କ ଦ୍ଵାରା ମେଗା ବୃକ୍ଷରୋପଣ କାର୍ଯକ୍ରମ

masiha

ନବରଙ୍ଗ ପୁର ଠାରେ”ଓଡ଼ିଆ ରେ ନାମ ଫଳକ ଅଭିଯାନ “କାର୍ଯ୍ୟକ୍ରମ”

masiha

Leave a Comment

error: Content is protected !!