ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗ ପୁର ଠାରେ”ଓଡ଼ିଆ ରେ ନାମ ଫଳକ ଅଭିଯାନ “କାର୍ଯ୍ୟକ୍ରମ”

ନବରଙ୍ଗ ପୁର ଠାରେ”ଓଡ଼ିଆ ରେ ନାମ ଫଳକ ଅଭିଯାନ “କାର୍ଯ୍ୟକ୍ରମ”

ନବରଙ୍ଗପୁର:(ତା ୦୪.୦୪.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ଘ ୮.୩୦ ମୀ ସମୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ତରଫ ରୁ “ଓଡିଆ ପକ୍ଷ ପାଳନ” ଅବସରରେ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହୋଇଥିଲା।ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ରଙ୍କ ପୌରହିତ ରେ ଅତିରିକ୍ତ ଜିଲ୍ଲାପାଳ( ରାଜସ୍ଵ )ବିଶ୍ୱଜିତ ବର୍ମନ୍, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ ପତାକା ଦେଖାଇ ସଚେତନ ରଥ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯକ୍ରମ ରେ ପ୍ରଭାଗୀୟ ଶ୍ରମ ଆଯୁକ୍ତ କୁବେର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ,ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାଲାକାଙ୍କ ସହିତ ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ଅବସର ପ୍ରାପ୍ତ ସହକାରୀ ଶ୍ରମ ଅଧିକାରୀପଦ୍ମ ଚରଣ ପଣ୍ଡା, ସମସ୍ତ ସହକାରି ଶ୍ରମ ଅଧିକାରୀ, ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଟ୍ରେଡ଼ ୟୁନିଅନ କର୍ମକର୍ତା, ଚାମ୍ବରସ ଅଫ କମର୍ସ ର ସମ୍ପାଦକ ଓ ମେମ୍ବର ଓ ନିର୍ମାଶ୍ରମିକ, ଗଣମାଧ୍ୟମର ପ୍ରତିନିଧି ସହ ନବରଙ୍ଗପୁର ସହର ପରିକ୍ରମା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କ ୧୨୨ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଓ ବାର୍ଷିକ ଉତ୍ସବ -୨୦୨୫ ମହା ସମାରୋହରେ ପାଳିତ 

masiha

ମୂଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଉପରେ କାଳିମାଡ ଘଟଣାକୁ ନେଇ ଧର୍ମଗଡ ବିଜୁ ଜନତା ଦଳର ତୀବ୍ର ନିନ୍ଦା ସହ ନୀରବ ଶୋଭାଯାତ୍ରା

masiha

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!