ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

ଝରିଗାଁ(ତା ୨୭/୦୭)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ପଞ୍ଚାୟତ ସଦର ମହକୁମାର ସମରଚଚରା ଗ୍ରାମରେ ଲାଗି ଥିବା ଟ୍ରାନ୍ସଫର୍ମର ପୋଡି ଯିବା ପରେ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ମରାମତି ହେଉନଥିବା ଯୋଗୁଁ ଆଜିକୁ ସାତ ଦିନ ହେବ ସମରଚଚରା ଗ୍ରାମ ଅନ୍ଧାରରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସୂଚନା ପ୍ରକାରେ ସମରଚଚରାରେ ଲେଖା ସାହି,ବଡ଼ ସାହି,ମୁଣ୍ଡି ସାହି,ସନ୍ୟାସୀ ସାହି ଏବଂ ଝୁକୁକୁ ସାହିରେ ପ୍ରାୟ ୧୩୦ ପରିବାର ବସବାସ କରୁଛନ୍ତି।ବିଦ୍ୟୁତ ବିଭାଗ ପକ୍ଷରୁ ଦୁଇଟି ଟ୍ରାନ୍ସଫର୍ମର ଦ୍ୱାରା ସମରଚଚରା ଗ୍ରାମରେ ବିଦ୍ୟୁତ ଯୋଗାଇ ଦିଆଯାଇଥିଲା।ତେବେ ଗତ ସାତ ଦିନ ତଳେ ଗୋଟିଏ ଟ୍ରାନ୍ସଫର୍ମର ପୋଡି ଯାଇଥିଲା।ଫଳରେ ସମରଚଚରା ଗ୍ରାମର ଲେଖା ସାହି,ବଡ଼ ସାହି ଏବଂ ମୁଣ୍ଡି ସାହିର ପ୍ରାୟ ୫୦ ପରିବାର ଅନ୍ଧାରରେ ରହୁଛନ୍ତି।ସାହି ବାସିନ୍ଦା ବହୁ ବାର ବିଦ୍ୟୁତ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଟ୍ରାନ୍ସଫର୍ମର ମରାମତି ପାଇଁ ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ କହିଛନ୍ତି।ବିଦ୍ୟୁତ ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ସହ ମୋବାଇଲ ଚାର୍ଜ କରିବାରେ ସମସ୍ୟା ହେଉଛି।ସେହିପରି ରାତ୍ର ସମୟରେ ଜଙ୍ଗଲ ଜନ୍ତୁ ଏବଂ ସରୀସୃପ ପ୍ରାଣୀ ମାନଙ୍କ ଭୟ ଥିବା ସାହି ଲୋକ କହିଛନ୍ତି।ତେଣୁ ବିଦ୍ୟୁତ ବିଭାଗ ତୁରନ୍ତ ଟ୍ରାନ୍ସଫର୍ମର ମରାମତି କରିବା ପାଇଁ ଗ୍ରାମର ଅର୍ଜୁନ ସାନ୍ତା,ସୀତାରାମ ଖରା,ଖଗେଶ୍ୱର ଖରା,ଧାନା ସାନ୍ତା, କେଶବ ସାନ୍ତା, ଲବ ସାନ୍ତା ପ୍ରମୁଖ ଦାବୀ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଓଡିଆାରେ ନାମ ଫଳକ ଲେଖିବାକୁ ସଚେତନ ପଦଯାତ୍ରା

masiha

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

masiha

Leave a Comment

error: Content is protected !!