ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ କାରଗିଲ ବିଜୟ ଦିଵସ ପାଳିତ 

ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ କାରଗିଲ ବିଜୟ ଦିଵସ ପାଳିତ 

 ମୟୂରଭଞ୍ଜ – ୨୭-୦୭ ( ମସିହା)ଆଜି କାରଗିଲ ବିଜୟ ଦିବସକୁ ୨୫ ଵର୍ଷ ।କୌଣସି ଦେଶ ପାଇଁ ପ୍ରକୃତ ହିରୋ ହେଉଛନ୍ତି ସେହି ଦେଶର ସୈନିକ । ସେମାନଙ୍କ ବଳିଦାନ,ତ୍ୟାଗ,ନିଷ୍ଠା,କର୍ତ୍ଵ୍ଯପରାୟଣତା ଯୋଗୁଁ ସାରା ଦେଶବାସୀ ନିଶ୍ଚିତରେ ଥାଆନ୍ତି । ସେମାନେ ହେଲେ ଦେଶର ସୁରକ୍ଷା କବଚ । ଦେଶମାତୃକାର ସେବାପାଇଁ ସେମାନେ ଅଙ୍ଗୀକାରବଦ୍ଧ ।ପଡୋଶୀ ଶତ୍ରୁ ଓ ଆତଙ୍କବାଦୀଙ୍କ ଆକ୍ରମଣ ଓ ଗୁଳିକୁ ପ୍ରତିହତ ପାଇଁ ନିଜର ପରିବାରକୁ ତୁଛ କରି ଛାତି ଦେଖାଇ ଦେଇଥାନ୍ତି ।ଜୁଲାଇ ,୨୬,୧୯୯୯ ରେ ‘କାରଗିଲ ଯୁଦ୍ଧ’ ‘ଭାରତ ଇତିହାସ ପାଇଁ ଏକ ଅବିସ୍ମରଣୀୟ ଦିବସ । ୧୯୯୯ ରେ ଏହି ଦିନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦିର୍ଘ ୬୦ ଦିନଧରି ଘମାଘୋଟ ଯୁଦ୍ଧର ଅନ୍ତିମ ହୋଇଥିଲା । ଏହି ଯୁଦ୍ଧରେ ଭାରତ ବିଜୟ କରି କାରଗିଲରେ ତ୍ରିରଙ୍ଗା ବିଜୟ ବାନା ଉଡାଇଥିଲା।ଏହି ଐତିହାସିକ ଦିବସକୁ ରାଇରଙ୍ଗପୁରରେ ପଶ୍ଚିମ ମୟୂରଭଞ୍ଜ ବିଜେପି ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ଆଲୋକ ରଂଜନ ମହାନ୍ତଙ୍କ ସଂଯୋଜନାରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ।ପ୍ରାରମ୍ଭରେ ବିଜେପିର ବହୁ ସଂଖ୍ୟାରେ ଯୁବ, ଛାତ୍ର, ମହିଳା,କଲେଜ ଛାତ୍ର, ବୁଦ୍ଧିଜିବୀ, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ତ୍ରିରଙ୍ଗା ପତାକା ଧରି ଭାରତ ମାତାକି ଜୟ,ବନ୍ଦେ ମାତରଂ,ଶହୀଦ ଅମର ରହେ ନାରା ଦେଇ ସହର ପରିକ୍ରମା କରି ସ୍ଥାନୀୟ କଲ୍ୟାଣ ଭବନ ପରିସରରେ ଏକ ସ୍ମୃତି ଚାରଣ ସଭାରେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ସାରସକଣା ବିଧାୟକ ଭାଦଵ ହାଁସଦା, ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜିବ ମହାନ୍ତି, ଜିଲ୍ଲା ସଂପାଦକ ମନୋଜ ଦାସ, ବିକାଶ ମହାନ୍ତ,ଶିବୁ ଅଗ୍ରୱାଲ ସରୋଜ ମହାନ୍ତ, ବିଜୁ ଗୋପାଲ ଗୋପ,ଅଶୋକ ମହାନ୍ତ, ଶଶାଙ୍କ କୁମାର,ଇଂ କମଳାକାନ୍ତ ମହାନ୍ତ, ନଗର ବିଜେପି ସଭାପତି ସୁରଥ ପଟ୍ଟନାୟକ ,ନଗର ଯୁବମୋର୍ଚ୍ଚା ସଭାପତି ଲାଲା ବାରିକ, ଶଶାଙ୍କ କୁମାର ଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ଶହୀଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆୟୋଜକ ଙ୍କ ତରଫରୁ ଅବସରପ୍ରାପ୍ତ କେପେଟନ ମହେନ୍ଦ୍ର ନାଥ ମହାନ୍ତ,ଫ୍ଲାଇଙ୍ଗ ଅଫିସର ଜୟନାରାୟଣ ବେହେରା,କ୍ୟାପଟେନ ଗୁରୁଚରଣ ହେମ୍ବ୍ରମ,ସୁଵେଦାର ଶ୍ୟାମ ସୁନ୍ଦର ମାରାଣ୍ଡି,ଶହୀଦ ସୁଦାମ ଚରଣ ଟୁଡୁଙ୍କୁ ଅତିଥି ଗଣଙ୍କ ଦ୍ଵାରା ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ସୈନ୍ୟ ଵିଭାଗର ଯୁଦ୍ଧ ସମୟରେ ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଉପସ୍ଥିତ ଯୁବ ଛାତ୍ରଙ୍କୁ ସୂଚନା ଦେଇଥିଲେ ।ଅତିଥିଗଣ କହିଥିଲେ ସମସ୍ତେ ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ପଛେ ଦେଶମାତୃକା ସେବାପାଇଁ ଉତ୍ସର୍ଗୀକୃତ ଓ ଅଙ୍ଗୀକାରବଦ୍ଧ ହେବା ଉଚିତ ।ପ୍ରଥମେ ମା,ମାଟି ଓ ମାନୁଷର ସମସ୍ତେ ସେବା କରିବା ଉଚିତ ।ଆଜି ସମଗ୍ର ରାଇରଙ୍ଗପୁର ସହର ତ୍ରିରଙ୍ଗାମୟ ହୋଇ ଉଠିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସ୍ତରୀୟ ଦୁଇ ଦିନିଆ ଛଉ ନୃତ୍ୟ ପ୍ରତିଯୋଗିତା ଉଦଯାପିତ 

Sunil Chandra Nayak

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ 

masiha

ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!