ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୈଳ ଓ ରନ୍ଧନ ଗ୍ୟାସ ଯୋଗାଣ ରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ 

ତୈଳ ଓ ରନ୍ଧନ ଗ୍ୟାସ ଯୋଗାଣ ରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ 

ଭବାନୀପାଟଣା : ତା. ୧୫.୦୫.୨୦୨୬ – ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ତୈଳ ଓ ରନ୍ଧନ ଗ୍ୟାସ ଯୋଗାଣ ରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.) ଙ୍କ ଅଧ୍ୟକ୍ଷତାରେ ଯୋଗାଣ ବିଭାଗୀୟ ଅଧିକାରୀ, ତୈଳ ଯୋଗାଣକାରୀ ସଂସ୍ଥା ଗୁଡିକର ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ ଯେ ଜିଲ୍ଲାରେ ବର୍ତ୍ତମାନ ୩୯୯.୧୨୬ କିଲୋ ଲିଟର ଡିଜେଲ, ୬୫୩.୧୪୯ କିଲୋ ଲିଟର ପେଟ୍ରୋଲ ଓ ୫୩୯୦ ରନ୍ଧନ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ନିରବଚ୍ଛିନ୍ନ ଯୋଗାଣ ଓ ସରକାରଙ୍କ ଦ୍ବାରା ସ୍ଥିରୀକୃତ ଦାମ ରେ ବିକ୍ରୟ ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା । କଲବଜାରୀ କରୁଥିବା ବ୍ୟକ୍ତିମାନଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ-୧୯୫୫ ଅନୁଯାୟୀ କାର୍ଯାନୁଷ୍ଠାନ ନେବା କୁ ଯୋଗାଣ ଅଧିକାରୀ, ବିଡିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ କଠୋର ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ମଲ୍ଲିକ ବୈଠକରେ ଉପସ୍ଥିତ ରହିଥିଲେ ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

masiha

ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ହେଲା ଜମି ଚିହ୍ନଟ 

masiha

ସାମ୍ବାଦିକ ଜିତେନ୍ଦ୍ର ପୋଡ଼ ଙ୍କ ରବିବାର ଚିକିତ୍ସିତ ଅବସ୍ଥା ରେ ରାୟପୁର ଠାରେ ମୃତ୍ୟୁ

masiha

Leave a Comment

error: Content is protected !!