ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଟିଗାଁ ରେ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚିତ

ଆଟିଗାଁ ରେ ଆମ୍ବେଦକର ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୁନାଗଡ଼ ରୁ ଏକ ବିଶାଳ ବାଇକ ରାଳିରେ ପହଁଚିଲା ଉନ୍ମୋଚନ ସ୍ଥଳୀରେ

ଜୁନାଗଡ଼,୧୬/୬(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଆଟିଗାଁ ରେ ଆଜି ସମ୍ବିଧାନ ପ୍ରଣେତା ଡ଼ ବାବାସାହେବ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି ଏବଂ ଏହି ଅଂଚଳର ବସତିକୁ ଆମ୍ବେଦକର ନଗର ମାନମରେ ନାମିତ କରାଯାଇଛି।ଏଥିନେଇ ଜୁନାଗଡ଼ ହିଂଜିଲିବାହିଲି ଛକରୁ ଏକ ବିରାଟ ମୋଟର ସାଇକେଲ ରାଲି,ଓ ସଚେତନତା ରଥ ବିଭିନ୍ନ ବଜାବାଜଣା ତାଳେ ସହର ପରିକ୍ରମା କରି ବଣ୍ଡାକୁଟ୍ରା ,ପିଲିକିଆ ଦେଇ ଉନ୍ମୋଚନ ସ୍ଥଳୀରେ ପହଞ୍ଚିଥିଲା।ଜୁନାଗଡ଼ ସହରରେ ଥିବା ବାବାସାହେବଙ୍କ ପ୍ରତିମୃତିରେ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ ଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ହୋଇ ଶୋଭାଯାତ୍ରା କାରୀଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲେ।ଏଥିରେ ସଂଗଠନର କର୍ମକର୍ତ୍ତା ଓ ଶୋଭାଯାତ୍ରାରେ ସାମିଲ ଥିବା ଜିଲ୍ଲାରୁ ଆସିଥିବା ବରିଷ୍ଠ କର୍ମକର୍ତ୍ତା ବାବାସାହେବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମାନ ପ୍ରଦାନ କରିଥିଲେ।ସଂଗଠନର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତୀ, ପୂର୍ନେନ୍ଦୁ ମାଝୀ,ଶିବ ମହାନନ୍ଦ, ସୁଶାନ୍ତ ନାଏକ, ମିନୁ କନ୍ଦପାନ, ଶରତ ଶବର, ରତନ ଧଙ୍ଗଡା ମାଝୀ, ଗୌରାଙ୍ଗ ମାଝୀ, ରିଷୀ କ୍ଷୀତି, ଘାସି ଖିତି,ଏବଂ ଅନେକ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ।ବଣ୍ଡାକୁଟ୍ରା ଛକରେ ମଧ୍ୟ ବାବା ସାହେବଙ୍କ ପ୍ରମୂର୍ତିରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା।ଏହା ପରେ ଶୋଭାଯାତ୍ରା କାରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଂଛିଥିଲା।ସେଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ଟି ଆଇନଜୀବୀ ଜୟଦେବ ସୁନାନୀ ଏବଂ ପ୍ରେମଲାଲ ନାଏକ ଙ୍କ ଉଦ୍ୟମ କ୍ରମେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚୋକମା ଯୋଗ ଦେଇ ସମ୍ବିଧାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଉଚ୍ଚ ଶିକ୍ଷିତ ହେବା ପାଇଁ ଆହ୍ୱାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥି ଭାବରେ ଏସସି ଏସଟି ଓବିଶି ମାଇନୋରିଟି ଜଏଣ୍ଟ ଏକ୍ସନ କମିଟି ରାଜ୍ୟ ଆବାହକ ଅଭିରାମ ମଲ୍ଲିକ, ୱାଟରସେଡ ପିଡି ରାୟଗଡା ଦୟାନିଧି ବାଗ, ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି,ଯୋଗେଶ୍ୱର ସାଗର,ବିଶ୍ୱନାଥକର,ରାମ ସେନାପତି,ଶତ୍ରୁଘଂନ ବାଗ,ଚିତ୍ତରଞ୍ଜନ ନିଆଲ,ପ୍ରେମଲଲ ବାଗ, ମହାସଚିବ ସୂର୍ଯ୍ୟନାରାୟଣ କୁମାର,ଉପଖଣ୍ଡ ସଭାପତି ବିରଞ୍ଚି ନାରାୟଣ ଜାଲ, ଆଇନଜୀବୀ ଦିଗାମ୍ବର ଦୁରିଆ, ଆଇନଜୀବୀ ଛବିଲାଲ ନିଆଲ, ନାରୀ ନେତ୍ରୀ ରମଣୀ ଦୁରିଆ, ଆମ୍ବେଦକର ଫୁଲେ ପାଠଶାଳା ର ସ୍ବେଛାସେବୀ ଜୁଲି ନାଏକ ଯୋଗ ଦେଇ ଆମ୍ବେଦକରବାଦ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଆମ୍ବେଦକରବାଦୀ ଯାତ୍ରୀନ୍ଦ୍ର କର ପରିଚାଳନା କରିଥିଲେ। ସମାଜର ଉଲ୍ଲେଖନୀୟ ଅବଦାନ ପାଇଁ ମିଥିଲା ନାଏକ,ମୁକ୍ତା ନାଏକ,ଦମୟନ୍ତି ସୁନାନୀ,ଲକ୍ଷ୍ମୀ ନାଏକ, ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଏବଂ ବିଭିନ୍ନ ଅଞ୍ଚଳରୁ ଅନେକ କର୍ମକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶାନ୍ତପୁର ସରପଞ୍ଚଙ୍କ ଦୁଃଖଦ ମ୍ରୁତ୍ୟୁ, ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ଆସନ୍ତା ଉଲ-ଫିତର ,ଶ୍ରୀ ରାମ ନବମୀ , ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି କୁ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରେସ୍ ନୋଟ୍

masiha

ସଚେତନ ନାଗରିକ ମଞ୍ଚ ର ସଭାପତି ବିମଳ କୁମାର ବିଶିଙ୍କ ମାତୃ ବିୟୋଗ 

Sunil Chandra Nayak

Leave a Comment

error: Content is protected !!