ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘର ଶୀତ କବିତା ଆସର

ପ୍ରଗତି ଉତ୍କଳ ସଂଘର ଶୀତ କବିତା ଆସର

ରାଉରକେଲା/ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଏକ ସାହିତ୍ୟ ସଭା ସହ ଗଳ୍ପ ଓ ଶୀତ କବିତା ଆସର ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସଂଘର ଉପ ସଭାପତି ରଶ୍ମିରଞ୍ଜନ ବୋଇତାଇ, ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଶ୍ରୀ ବୋଇତାଇ ସ୍ବାଗତ ଭାଷଣ ଦେବା ପରେ ପରେ ଗଳ୍ପ ଓ କବିତା ପାଠ ଉତ୍ସବ ଆରମ୍ଭ ହୋଇଥିଲା। ରଶ୍ମି ସାହୁ ଓ ଗୀତା ରାଣୀ ବେହେରା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ସ୍ମିତା ମିଶ୍ର ସଭା ପରିଚାଳନା କରିଥିଲେ। ଏହି ଅବସରରେ ଗାଳ୍ପିକା ସୁପ୍ତି କର ଓ ପୁଷ୍ପାରାଣୀ ପଟେଲ ଗଳ୍ପ ପାଠ କରିଥିଲେ । ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ, ସୁଶାନ୍ତ ନାୟକ, ସ୍ମିତା ମିଶ୍ର,ଗୀତା ରାଣୀ ବେହେରା, ଗୌତମ ଦାସ, ରଶ୍ମି ସାହୁ, ପ୍ରତାପ କୁମାର ପଣ୍ଡା,ଅର୍ଚ୍ଚନା ପାତ୍ର ଓ ତ୍ରିନାଥ ସିଂ କବିତା ପାଠ କରିଥିଲେ। ସମୀକ୍ଷକ ଭାବେ କାଶୀନାଥ ନନ୍ଦୀ ଗଳ୍ପ ଓ କବିତା ଗୁଡ଼ିକୁ ସମୀକ୍ଷା କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ରାଧା ମୋହନ ନାୟକ, ଅରବିନ୍ଦ ପାତ୍ର, ଅଶୋକ କୁମାର ପଟ୍ଟନାୟକ, ବରୁଣ କୁମାର ନାହାକ, ପ୍ରସନ୍ନ କୁମାର ମହାନ୍ତି, ସତ୍ୟ ନାରାୟଣ ଦାଶ, ଶୁଭ୍ରାଂଶୁ ଶେଖର ମହାପାତ୍ର, ପରୀକ୍ଷିତ ଗୁରୁ, ଧରଣୀଧର ସାମଲ, ଶଙ୍କର ପ୍ରାସାଦ ସାହୁ, ପ୍ରଦୀପ କୁମାର ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସଭାଟିକୁ ସଫଳ କରାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

Related posts

ପାଚିକା ସହାୟିକାଙ୍କୁ ପାରିଶ୍ରମିକ ବୃଦ୍ଧି ଦାବୀ

masiha

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପାଳନ କଲା ବିଏମ୍ଏସର ୭୧ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

masiha

Leave a Comment

error: Content is protected !!