ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗାଲିଫ୍ଟରୁ ଜଳସେଚନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର

ମେଗାଲିଫ୍ଟରୁ ଜଳସେଚନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର

କୋକସରା,୧୯/୧୨ // ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି କରି ସୋମବାର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ତେଣ୍ଡାପାଳି ପଞ୍ଚାୟତ ଅନ୍ତର୍ଗତ ତେଣ୍ଡାପାଳି ଓ ଲିମପଡା ଗାଁର ଶତାଧିକ ଚାଷି ସମୁହ ଯୁବ ଚାଷୀନେତା ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ କୁସୁମଖୁଣ୍ଟି ମେଗାଲିଫ୍ଟ ବିଭାଗ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଚାଷି ଜଣାଇଥିବା ଅଭିଯୋଗ ଅନୁସାରେ ଉଠା ଜଳସେଚନ କେନାଲ ସିର୍ଲିଗୁଡା ୧୫ ନମ୍ବର ଡି.ଏମ ଦେଇ ଯାଇଥିବା ବେଳେ ସେହି ନିକଟବର୍ତ୍ତୀ ଦୁଇ ଗାଁ ର ପାଖାପାଖି ୫୦୦ ହେକ୍ଟର ଜମି ଖରିଫ ଓ ରବି ଚାଷ ପାଇଁ ଜଳସେଚନରୁ ବଞ୍ଚିତ ରହିଛନ୍ତି। ଏହି ଅଞ୍ଚଳର ଚାଷଜମି ଜଳସେଚନରୁ ବାଦ ପଡି ରହିଥିବା ବେଳେ ପୂର୍ବରୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି। ହେଲେ ଜଳସେଚନ ନେଇ କୌଣସି ପଦକ୍ଷେପ ନିଆ ଯାଇନାହିଁ, ଏଣୁ ଆଗାମୀ ଦିନରେ ଚାଷିଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଳସେଚନ ବ୍ୟବସ୍ଥା କରିବାକୁ ଆଜି ଚାଷି ଆନ୍ଦୋଳନ କରିବାକୁ ଚାଷି କୀର୍ତ୍ତନ ମାଝୀ, ଡମ୍ବରୁ ଧରୁଆ, ଉଦ୍ଧବ ନାଏକ, କୃଷ୍ଣ ନାଏକ, ରବିଚନ୍ଦ୍ର ନାଏକ, ରୋମାଂଚଳ ଧରୁଆ, ଭୂତେଶ୍ୱର ମେହେର, ପାର୍ଥ ମେହେର, ମାନସିଂ ମାଝୀ, ନୈମିଶ କୁମାର ମେହେର, ସାନୁ ମାଝୀ, ଟଙ୍କଧର ନାଏକ ସମେତ ଶତାଧିକ ଚାଷି କୁସୁମଖୁଣ୍ଟି ମେଗାଲିଫ୍ଟ କେନାଲର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ସାହୁଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ଙ୍କ ପ୍ରତିକ୍ରିୟା ନେବାରୁ ଯଦି ସେମାନଙ୍କ ଚାଷଜମି ମେଗାଲିଫ୍ଟର ଆଇକଟ ଏରିଆ ମଧ୍ୟରେ ରହିଛି ତାହେଲେ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆଗାମୀ ସମୟରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମକ୍ରାଗୁଡାରେ ପାଣି ପାଇଁ ରାସ୍ତା ଅବରୋଧ 

Sunil Chandra Nayak

ଚାଷୀଙ୍କ ଲ୍ୟାମ୍ପ ଘେରାଓ ଘଟଣା ତଦନ୍ତ କଲେ ଜିଲା ଅଧିକାରୀ 

masiha

ଶିଶୁ ମହୋତ୍ସବରେ ଅରବିନ୍ଦ ସ୍କୁଲର ସଫଳତା 

masiha

Leave a Comment

error: Content is protected !!