ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ରାଉରକେଲା/ ଜଲଦା ମିନି ଷ୍ଟାଡିୟମରେ ୩ ଦିନଧରି ଚାଲିଥିବା ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଆରଏସପି ସହରସେବା ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ, ସମାଜସେବୀ ଗୋପାଳ ଦାସ, ସୁନ୍ଦରଗଡ ଡିଏଏ ଉପାଧ୍ୟକ୍ଷା ମେରି ଜଓହନ ବାଗେ, ଜଲଦା ସରପଞ୍ଚ ଗୀତା ଓରାମ, ସମିତି ସଭ୍ୟା ନେନା ଭଞ୍ଜ, ଡାକ୍ତର ଦେବାଶିଷ ମହନ୍ତ, ସମାଜସେବୀ ହେମନ୍ତ ନାୟକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସ୍ବାଇଁ, ସମ୍ମାନିତ ଅତିଥି ଶ୍ରୀ ତନ୍ତୀ ଓ ଅନ୍ୟମାନେ କ୍ରୀଡା ର ଉପାଦେୟତା ଓ ତାହା ମାଧ୍ୟମରେ ଭାଇଚାରା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଖେଳରେ ରାଉରକେଲା ତଥା ଏହାର ଆଖପାଖ ଅଞ୍ଚଳରୁ ୧୨ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଜଲଦା ଏ ଟିମ୍ ଓ ୱଇବିସି ବନ୍ଧପୋଷ ମଧ୍ୟରେ ଖେଳା ଯାଇଥିଲା। ନିର୍ଧାରିତ ସମୟରେ କେହି କାହାକୁ ଗୋଲ ଦେଇ ନପାରିବାରୁ ଟ୍ରାଇବ୍ରେକର ଜରିଆରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ୱଇବିସି କୁ ହରାଇ ବିଜୟୀ ହେଇଥିଲା। ଅତିଥିମାନେ ବିଜୟୀ ଟିମ୍ ଓ ରନର୍ସ ଅପ୍ ଟିମ୍ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି ମ୍ୟାଚରେ ରେଫ୍ରି ଭାବେ ବାନୁ ବାଉରୀ, ରାଜକୁମାର ପାଣିଗ୍ରାହୀ, ରଞ୍ଜିତ ଓରାମ,ଡାକୁରା ମୁର୍ମୁ, ସୁଶାନ୍ତ ଧରନ୍ତି ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିବା ବେଳେ ସୋମାଇ ସୋରେନ,ପି ଏନ ମହାପାତ୍ର,ବିନୋଦ କୁଜୁର, ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୂମିଜ, ସମ୍ପାଦକ ସୁନିଲ ଭଞ୍ଜ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏକାଦଶ ରାଜ୍ୟ ମୁଏଥାଇ (ଥାଇ ବକ୍ସିଂ) ପ୍ରତିଯୋଗିତା 2023, ଉଦଘାଟିତ

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

masiha

ଦାବ୍ରିଗୁଡା ଠାରେ ଅକ୍ଷୟ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!