ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ 

ସମାଜସେବୀ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ 

ରାଉରକେଲା/ସମାଜସେବୀ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଜଲଦା ଗ୍ରାମ ପଞ୍ଚାୟତ ର ଏ ବ୍ଲକ ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ | ମା ଭଉଣୀ ମାନେ ଅଞ୍ଚଳର ଏବଂ ଅଞ୍ଚଳ ରେ ରହୁଥିବା ଜନସାଧାରଣ ଙ୍କ ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ମଧ୍ୟ ଅବଗତ କରାଇଥିଲେ | ଏହି ଅଞ୍ଚଳ ରେ ବସବାସ କରୁଥିବା ବୁଢା,ବୁଢ଼ୀ,ବିଧବା,ଭିନ୍ନକ୍ଷମ ଅଛନ୍ତି ଯେଉଁ ମାନେ ସରକାର ଙ୍କ ଅନ୍ତର୍ଭୁକ୍ତ ଯୋଜନା ଭତ୍ତା ଯୋଜନା ପାଇବାରୁ ବଞ୍ଚିତ ଏବଂ ବହୁ ଗରିବ ପରିବାର ଅଛନ୍ତି ଯେଉଁ ମାନେ ରାସନ କାର୍ଡ ପାଇବାରୁ ମଧ୍ୟ ବଞ୍ଚିତ , ଏପରି ପରିସ୍ଥିତି ରେ ମା ଭଉଣୀ ମାନେ କିପରି ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରିବେ ଏହି ବିଷୟରେ ଅବଗତ କରାଇବା ସହିତ ଯୋଜନା ସବୁ କେଉଁ ମାଧ୍ୟମରେ ସରକାରୀ ସ୍ତରରେ ଅନ୍ତର୍ଭୁକ୍ତ ହୋଇପାରିବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ | ଏହି ଅଞ୍ଚଳ ର ମା ଭଉଣୀ ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ପରିଶେଷରେ ଏହି ଅଞ୍ଚଳ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସରକାର ଙ୍କ ସହଯୋଗରେ ସମସ୍ୟା ର ସମାଧାନ କରିବେ ବୋଲି ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀମୁଣ୍ଡାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୁଆଁଖାଇ ଭେଟଘାଟ 

masiha

କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୬ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଆୟୋଜିତ

masiha

ୟୁନିଭର୍ସାଲ୍ ଓଡିଶା ପକ୍ଷରୁ ୨୦୨୬ ଜୁନ୍ ୨୭ ଓ ୨୮ରେ ରାଉରକେଲା ଭଞ୍ଜ ଭବନରେ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!