ସମାଜସେବୀ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ
ରାଉରକେଲା/ସମାଜସେବୀ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନ ରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଜଲଦା ଗ୍ରାମ ପଞ୍ଚାୟତ ର ଏ ବ୍ଲକ ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ | ମା ଭଉଣୀ ମାନେ ଅଞ୍ଚଳର ଏବଂ ଅଞ୍ଚଳ ରେ ରହୁଥିବା ଜନସାଧାରଣ ଙ୍କ ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ମଧ୍ୟ ଅବଗତ କରାଇଥିଲେ | ଏହି ଅଞ୍ଚଳ ରେ ବସବାସ କରୁଥିବା ବୁଢା,ବୁଢ଼ୀ,ବିଧବା,ଭିନ୍ନକ୍ଷମ ଅଛନ୍ତି ଯେଉଁ ମାନେ ସରକାର ଙ୍କ ଅନ୍ତର୍ଭୁକ୍ତ ଯୋଜନା ଭତ୍ତା ଯୋଜନା ପାଇବାରୁ ବଞ୍ଚିତ ଏବଂ ବହୁ ଗରିବ ପରିବାର ଅଛନ୍ତି ଯେଉଁ ମାନେ ରାସନ କାର୍ଡ ପାଇବାରୁ ମଧ୍ୟ ବଞ୍ଚିତ , ଏପରି ପରିସ୍ଥିତି ରେ ମା ଭଉଣୀ ମାନେ କିପରି ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରିବେ ଏହି ବିଷୟରେ ଅବଗତ କରାଇବା ସହିତ ଯୋଜନା ସବୁ କେଉଁ ମାଧ୍ୟମରେ ସରକାରୀ ସ୍ତରରେ ଅନ୍ତର୍ଭୁକ୍ତ ହୋଇପାରିବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ | ଏହି ଅଞ୍ଚଳ ର ମା ଭଉଣୀ ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ପରିଶେଷରେ ଏହି ଅଞ୍ଚଳ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସରକାର ଙ୍କ ସହଯୋଗରେ ସମସ୍ୟା ର ସମାଧାନ କରିବେ ବୋଲି ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ |