ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ 

ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ 

ରାଉରକେଲା : ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲ ରେ ରାଉରକେଲା ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ମାସିକ ସାହିତ୍ୟ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ମାସିକ ସାହିତ୍ୟ ଆସରରେ ମୁଖ୍ୟଅତିଥିଭାବେ ଶିକ୍ଷାବିତ ବିଜୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଚିତ୍ରାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଦେବେନ୍ଦ୍ର କୁମାର ବଳ ଓ ସୁମନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ I ଡ ଉମାକାନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ ବିଷୟ ବସ୍ତୁ ଉପରେ ବିଭିନ୍ନ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ I ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଫେସର. ସୁବାସ ଚନ୍ଦ୍ର ଲେଙ୍କା ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ସାହୁ କହିଥିଲେ ଯେ, ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଜ୍ଞାନ ଓ ବିଚକ୍ଷଣ ଧୀମତାର ଶୀର୍ଷାରୋହଣ କରିଥିବା ତଥା ପ୍ରଥମ ବାରିଷ୍ଟର ଓ ବହୁ କ୍ଷେତ୍ରରେ ଓଡ଼ିଶାରେ ପ୍ରଥମ ବ୍ୟକ୍ତି ଥିଲେ I ମଧୁସୂଦନଙ୍କ ଜୀବନ କାଳ ହିଁ ଓଡିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ ଓଡ଼ିଶାର ଧର୍ମ, ସଂସ୍କୃତି, ପରମ୍ପରା, ଐତିହ୍ୟ ,ସାହିତ୍ୟ, ରାଜନୀତି ଓ ଅର୍ଥନୀତି କୁ ସେ ବହୁବାର ପରିପୃଷ୍ଠ କରିଥିଲେ I ମୁଖ୍ୟବକ୍ତା ଶ୍ରୀ ସାହୁ ନିଜ ବକ୍ତବ୍ୟରେ ମଧୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ I ସମ୍ମାନିତ ଅତିଥି ସୁମନ୍ତ କୁମାର ପଣ୍ଡା ,ସମାଜସେବୀ ଅନୀଲ କୁମାର ଦାଶ ଓ ଦେବେନ୍ଦ୍ର କୁମାର ବଳ ନିଜ ନିଜର ବକ୍ତବ୍ୟରେ ମଧୁବାବୁଙ୍କ ସ୍ମୃତି ଚାରଣ କରି କହିଲେ କି, ମଧୁବାବୁ ଥିଲେ ଅସାମାନ୍ୟ ପ୍ରତିଭାର ଅଧିକାରୀ I ଦିତୀୟ ପର୍ଯ୍ୟାୟରେ କବି ବଳରାମ ଦାଶ ଙ୍କ ଅଧ୍ୟକ୍ଷତାରେ ୩୦ ଜଣ କବିଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ କବି ଅଜୟ କୁମାର ପାଣି ,କବି ତାରିଣୀ ଚରଣ ସାହୁ ପ୍ରମୁଖ ଯୋଗଦେଇଥଲା ବେଳେ, କବୀ ଉର୍ବଶୀ ଦାଶ ପତି, କନକଲତା ଜେନା ଓ ସୁଶ୍ରୀ ସଂଗୀତା ଦାଶ ପ୍ରମୁଖ ସଂଯୋଜନା କରିଥିଲେ I ଅଂଶୁପା ଦଳେଇ, ପ୍ରଶାନ୍ତ ନାୟକ, ବିପିନ ବିହାରୀ ପଟ୍ଟନାୟକ, ବ୍ରହ୍ମାନଂଦ ପାଢୀ, ସୁନିଲ କୁମାର ମହାନ୍ତି, କୁଞ୍ଜ ବିହାରୀ ରାଉତ, ଜ୍ଞାନ ପ୍ରଭା ର ସମ୍ପାଦକ ପ୍ରଣତି ଲେଙ୍କା, ବିନୋଦ ମହାକୁଡ ପ୍ରମୁଖ କବିତା ପାଠ କରିଥିଲେ I ଶେଷରେ କବି ଅନିଲ କୁମାର ଦାଶ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ I ଏହି ଅବସରରେ ଡ ଉମାକାନ୍ତ ପଣ୍ଡାଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଡ ଶକ୍ତିପ୍ରସାଦ ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ତରଫରୁ ଶୀତଳ ଜଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳର ଶାଖା ସ୍ତରୀୟ କର୍ମଶାଳା -୨୦୨୬ ଅନୁଷ୍ଠିତ  ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର 

Sunil Chandra Nayak

ଖଡ଼ିଆଳ ମହୋତ୍ସବ ୨୦୨୫ ପାଇଁ ଶୁଭସ୍ତମ୍ଭ ସ୍ଥାପନ

masiha

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

Leave a Comment

error: Content is protected !!