ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃତ୍ୟ ଓ ସଂଗୀତ ନିର୍ଦ୍ଦେଶକ ଦେବେନ୍ଦ୍ର ବାରିକଙ୍କ ୧ମ ଶ୍ରାଦ୍ଧବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ 

ନୃତ୍ୟ ଓ ସଂଗୀତ ନିର୍ଦ୍ଦେଶକ ଦେବେନ୍ଦ୍ର ବାରିକଙ୍କ ୧ମ ଶ୍ରାଦ୍ଧବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ 

କଟକ : କଟକ ସଦର ୪୨ ମୌଜ଼ା ଟାଇଁକଣା ଗ୍ରାମର ସମସ୍ତଙ୍କର ପ୍ରିୟ ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶକ ଦେବେନ୍ଦ୍ର ବାରିକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି। ଦେବେନ୍ଦ୍ର ବାରିକ ସ୍ମୃତି କମିଟି ତରଫରୁ ଅନୁଷ୍ଠିତ ସ୍ମୃତି ସଭାରେ ଶାନ୍ତି କମିଟିର ସଭାପତି ଶରତ ରାୟ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ସର୍ବଧର୍ମ ପାର୍ଥନା ସଭା ସହିତ ଗୀତା ଭାଗବତ ଓ ବେଦ ପାଠ କରାଯାଇ ୨ ମିନିଟ ନୀରବ ପାର୍ଥନା କରାଯାଇ ଥିଲା। ଏହି ସଭାରେ ପ୍ରବଚକ ରବିନାରାୟଣ ପଣ୍ଡା,ପ୍ରଫୁଲ୍ଲ ମହାପାତ୍ର, ବଂଶୀଧର ପରିଡା,ଉମାକାନ୍ତ ନନ୍ଦ, ସନ୍ତୋଷ କୁମାର ପତି,ପ୍ରଦୀପ କୁମାର ବିଶ୍ବାଳ,ରୋହିତ କୁମାର ସ୍ୱାଇଁ,ଜ୍ୟୋତି ରଞ୍ଜନ ଭୋଳ,ନାରାୟଣ ମହାନ୍ତି,ଦୀପ୍ତି ମହାନ୍ତି,ହାସ୍ୟ ଅଭିନେତା ନବକିଶୋର ନାୟକ,ବିପ୍ର ବାରିକ,ଅଶୋକ ସ୍ୱାଇଁ, ସୁନୀଲ ବାରିକ,ବିନାୟକ ମହାରଣା, ଅଭୟ ମହାପାତ୍ର,ସନ୍ତୋଷ ସ୍ୱାଇଁ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସାଧାରଣ ସଂପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବାରିକଙ୍କ ଗୁଣ ଓ ସ୍ମୃତିଚାରଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନିଜ ବାସଭବନରେ ପହଁଚିଲା ରାଜୁ ଭାଇଙ୍କର ମୃତ ଶରୀର

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

ସାମ୍ବାଦିକଙ୍କ ମାତା ଧର୍ମପରାୟଣ ମହିଳାଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!