ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟକ ଜିଲ୍ଲା ସାମ୍ବାଦିକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ :ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବ୍ରତ ବୋଲି ଭାବିବା ଦରକାର 

କଟକ ଜିଲ୍ଲା ସାମ୍ବାଦିକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ :ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବ୍ରତ ବୋଲି ଭାବିବା ଦରକାର 

କଟକ : ରାଜ୍ୟ ସାମ୍ବାଦିକ ସଂଘର କଟକ ଜିଲ୍ଲା ଶାଖା ର ତୃତୀୟ ବାର୍ଷିକ ଉତ୍ସବ ସି ଏମ ସି – ୫୮ ନମ୍ବର ୱାର୍ଡ ଅନ୍ତର୍ଗତ ପ୍ରତାପନଗରୀ ଧାକୁଲେଇ ମଣ୍ଡପ ରେ ପାଳିତ ହୋଇଯାଇଛି l ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ” ଦିବ୍ୟାଲୋକ ସନ୍ଧାନେ”ର ବରେଣ୍ୟ ସମ୍ପାଦକ ତଥା ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରତ୍ୟେକ ସାମ୍ବାଦିକ ଏହାକୁ ବୃତ୍ତି ନୁହେଁ ବ୍ରତ ଭାବେ ଭାବିବା ସହିତ ସାମ୍ବାଦିକଟିଏ ସାଧକ ହେବାକୁ ଉପସ୍ଥିତ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗ ଦେଇ ସାମ୍ବାଦିକ ମାନଙ୍କୁ ଶୃଙ୍ଖଳିତ ପୂର୍ବକ କର୍ତ୍ତବ୍ୟ ନିଷ୍ଠ ହେବା ପାଇଁ ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ରାଜ୍ୟ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନବିହାରୀ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତିଚନ୍ଦ୍ର ସାହୁ, ଜାତୀୟ ସଂଗଠନ ସମ୍ପାଦକ ଚିନ୍ତାମଣି ପାଢ଼ୀ, ସନ୍ତୋଷ ସ୍ୱାଇଁ,ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି, ଅତିରିକ୍ତ ଡି ସି ପି ରଣଜିତ ପୃଷ୍ଟି, ପ୍ରମୁଖ ଯୋଗ ଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନାପୂର୍ବକ ସାମ୍ବାଦିକମାନଙ୍କୁ ବୃତ୍ତିଗତ ସୁରକ୍ଷା ଯୋଗାଇ ଦେବା ସହ ସରକାର ସେମାନଙ୍କ ପାଇଁ ପେନସନ ର ସୁବିଧା ଯୋଗାଇ ଦେବା ଉଚିତ ବୋଲି ମତ ଦେଇଥିଲେ l ଜିଲ୍ଲା ସମ୍ପାଦକ ଶିଶିର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସମ୍ପାଦକ ଶୁଭେନ୍ଦୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ସଭାରେ ସାମ୍ବାଦିକ ରଘୁନାଥ ଆଚାର୍ଯ୍ୟ, ସୁରେନ୍ଦ୍ର ମହାପାତ୍ର, ଶଶିଭୂଷଣ ଷଡ଼ଙ୍ଗୀ,ଅକ୍ଷୟ କୁମାର ଦାଶ, ଅଭୟ ଜେନା, ପ୍ରଦୀପ କୁମାର ଜେନା,ବସନ୍ତ ରଥ,ପ୍ରଦୀପ୍ତ ମହାପାତ୍ର, ରତ୍ନାକର ବାରିକ, ସୁଜାତା ଗୋସ୍ୱାମୀ ଙ୍କୁ “ସାମ୍ବାଦିକ ରତ୍ନ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ସଭା ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ବଣ୍ଟନ ପୂର୍ବକ ସଭା ଆରମ୍ଭ କରାଯାଇଥିଲା l ସଂଘଭୁକ୍ତ ହୋଇଥିବା ପ୍ରତି ସଦସ୍ୟଙ୍କୁ ଅତିଥିମାନଙ୍କ ଦ୍ୱାରା ସଦସ୍ୟତା ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ରାଜ୍ୟ କୋଷାଧକ୍ଷ ଟୁନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ସାମ୍ବାଦିକ ଧୀରେନ୍ଦ୍ର ସାହୁ,ସୂର୍ଯ୍ୟ ନାରାୟଣ ଦାଶ, ନିବେଦିତା ସିଂ,ମୀନକେତନ ଦାସ, ହରିହର ସାହୁ,ଅଶୋକ ରଣା,ପ୍ରଶାନ୍ତ ସାହୁ,ଅମିତାଭ ମହାପାତ୍ର,ମହେଶ୍ୱର ପାତ୍ର,କାଳନ୍ଦୀ ସ୍ୱାଇଁ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରରେ “ବିକାଶ ର ଧାରା ଓଡିଶା ସାରା” କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ: ଜାତି ଓ ଜନଜାତି ସମ୍ବାଦ କାର୍ଯ୍ୟକ୍ରମ 

Sunil Chandra Nayak

ନିଜକୁ ଚାକିରି ଖୋଜୁଥିବା ବ୍ୟକ୍ତି ଭାବରେ ଭାବନ୍ତୁ ନାହିଁ ବରଂ ଚାକିରି ସୃଷ୍ଟିକାରୀ, ନବସୃଜନକାରୀ ଏବଂ ଉଦ୍ଯୋଗୀ ଭାବରେ ଭାବନ୍ତୁ : ଓଡିଶା ରାଜ୍ୟପାଳ

Sunil Chandra Nayak

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ସେକ୍ଟର – ୬ ରାଉରକେଲାରେ ହ୍ୟାକାଥନ ଓ କୋଡ଼ିଙ୍ଗ ପ୍ରଶିକ୍ଷଣ

Sunil Chandra Nayak

Leave a Comment

error: Content is protected !!