ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ

ଜିଲ୍ଲାସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ

କୋରାପୁଟ // ଆଜି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କୋରାପୁଟ ଜିଲ୍ଲାସ୍ତରୀୟ ସ୍ଥାୟୀ ଜୀବନଶୈଳୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ରୂପେ ଜୟପୁରସ୍ଥିତ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ ରୂପ ଚନ୍ଦ୍ର ସୋରେନ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।୧୪ ଟି ବ୍ଲକ୍ ରୁ ୫୨ ଜଣ ଛାତ୍ରଛାତ୍ରୀ ସାତୋଟି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଆଧାର କରି ପ୍ରକଳ୍ପ ଗୁଡ଼ିକୁ ପ୍ରଦର୍ଶନୀରେ ଉପସ୍ଥାପନ କରିଥିବା ବେଳେ ସହରର ବିଭିନ୍ନ ବିଦ୍ୟାଳୟରୁ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଦର୍ଶନୀର ପ୍ରକଳ୍ପ ଗୁଡ଼ିକୁ ଦେଖି ଆନନ୍ଦ ପ୍ରକାଶ କରିଥିଲେ।ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମେତ ବରିଷ୍ଠ ବୈଜ୍ଞାନିକ ଜ୍ୟୋତିର୍ମୟୀ ଲେଙ୍କା, ଏସଡିପିଓ ଡ.ଶ୍ରାବଣୀ ନାୟକ,ଅଧ୍ୟକ୍ଷ ରୂପ ଚନ୍ଦ୍ର ସୋରେନ,ଗୁଣାତ୍ମକ ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅନନ୍ତ ଦଳପତି ଏବଂ ପ୍ରଧାନଶିକ୍ଷକ ହିମାଂଶୁ ଦାସ ଯୋଗ ଦେଇ ଶ୍ରେଷ୍ଠ ତିନି ଜଣଙ୍କୁ ପୁରସ୍କୃତ କରିଥିଲେ।କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ସତ୍ୟରାଜ୍ ମହାପାତ୍ର ଏହି ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ଵିତୀୟ ସ୍ଥାନ ଜୟପୁର ସିଟି ଉଚ୍ଚ ବିଦ୍ୟାଳୟର ସିଏଚ ସୁପ୍ରିୟା ଏବଂ ତୃତୀୟ ସ୍ଥାନ କୋରାପୁଟ ମାନବର ଉଚ୍ଚ ବିଦ୍ୟାଳୟର ଲିପି ମିନିଆକା ହାସଲ କରିଥିବା ସୂଚନା ମିଳିଛି।ବିଚାରକ ରୂପେ ଜୟପୁର ମହିଳା ମହାବିଦ୍ୟାଳୟର ଡ. ସୈରେନ୍ଦ୍ରି ମହାରଣା,କାଞ୍ଚନ ତାଣ୍ଡି ଏବଂ ଅନନ୍ତ ଦଳପତି କାର୍ଯ୍ୟ ତୁଲାଇଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଭବେସ ପତି,ରଶ୍ମି ରଂଜନ ସେଠୀ,ଶିବ ଶଙ୍କର ପଟ୍ଟନାୟକ, ରତିକାନ୍ତ ଦାସ,ସୁଜିତ୍ ଜେନା, ଗଜନି ଚନ୍ଦ୍ରଶେଖର,ପ୍ରମୋଦ ଡାକୁଆ,ପ୍ରଦୀପ ପାତ୍ର ସହଯୋଗ କରିଥିବା ବେଳେ ପୂର୍ଣ୍ଣିମା ପତି ମଞ୍ଚ ପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ସଂପାଦକଙ୍କୁ ସମ୍ବର୍ଧନା ପ୍ରଦାନ 

masiha

ଧର୍ମଗଡ଼ ରେ ଜୁନାଗଡ଼ ନଗରପାଳଙ୍କୁ ଅଣ୍ଡାମାଡ଼କୁ ବିରୋଧ କଲା କ୍ରିୟାନୁଷ୍ଠାନ କମିଟି

masiha

ସେବାକାର୍ଯ୍ୟ କରି ଉଦାହରଣ ରଚିଲେ ଦୁଇ ବିଶିଷ୍ଟ ସାମ୍ବାଦିକ 

Sunil Chandra Nayak

Leave a Comment

error: Content is protected !!