ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଃଶୁଳ୍କରେ ଶିକ୍ଷା ଦାନ କରି ଆସୁଥିବା ଟ୍ୟୁସନ ଶିକ୍ଷକ ଙ୍କ ପରଲୋକ 

ନିଃଶୁଳ୍କରେ ଶିକ୍ଷା ଦାନ କରି ଆସୁଥିବା ଟ୍ୟୁସନ ଶିକ୍ଷକ ଙ୍କ ପରଲୋକ 

କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ହାରାମାଲ ଗ୍ରାମ ର ସୁରେନ୍ଦ୍ର ଶବର ଜଣେ ନିଆରା ମଣିଷ !ଯିଏ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଧାର ହେଉ ସଦୃଶ୍ୟ! ଗରିବ ପିଲା ଛୁଆ ଙ୍କୁ ଶିକ୍ଷା ଦାନ ଦେବା ଥିଲା ତାଙ୍କ ଲକ୍ଷ ଓ ଉଦେଶ୍ୟ ତାଙ୍କ ଟ୍ୟୁସନ ପାଠ ପଢେଇବା ନ ଥିଲା ପେସା ଥିଲା ତାଙ୍କ ନିଶା ! ଦୀର୍ଘ ବର୍ଷ ଅନେକ ଛାତ୍ର ଛାତ୍ରୀ ଙ୍କୁ ନ୍ୟୁସନ ପଢେଇବା ସହ ଅନେକାଂଶ ଛାତ୍ର ଛାତ୍ରୀ ପରୀକ୍ଷାରେ ଭଲ ନମ୍ୱର ରଖି, ଖ୍ୟାତ ଅର୍ଜନ କରିଥିବା ନଜର ରହିଛି!

ସେ ଅଂଚଳରେ ଟ୍ୟୁସନ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ !ସ୍ବର୍ଗତ ସୁରେନ୍ଦ୍ର ଶବର ଜଣେ କଳାକାର ଓ ସଂଗୀତଜ୍ଞ ମଧ୍ୟ୍ୟ ଥିଲେ ସେଜଣେ ମିଷ୍ଟା ଭାଷୀ, ସରଳ ହୃଦୟୀ ପରୋପକାରୀ ମଣିଷ ଟିଏ ଥିଲେ !

ହେଲେ ଭଲ ମଣିଷ ଟିଏ କୁ ବେଶୀ ଦିନ ବଞ୍ଚିବାକୁ ଦେଲା ନୀ ଭାଗ୍ୟ ବିଧାତା !ଗତ କିଛି ଦିନ ତଳେ ଉଚ୍ଚ ରକ୍ତ ଚାପ ହେତୁ ବ୍ରେନ ହେମରେଜ ହେବା କାରଣରୁ ତାଙ୍କୁ କଳମପୁର ଚିକିତ୍ସାଲୟ ରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ କୁ ନେଇ ତାଙ୍କ ଚିକିତ୍ସା କରି ପକ୍ଷଘାତ ଜନିତ ଚିକିତ୍ସା ପାଇଁ ବଲାଙ୍ଗୀର ସ୍ଥିତ ପିପଲମୁଣ୍ଡା ଠାରେ ଚିକିତ୍ସା ଚାଲିଥିବା ଅବସ୍ଥା ରେ ତାଙ୍କ ମୃତ୍ୟୁ ଘଟି ଯାଇଥିଲା ¡

ସେହି ଠାରୁ ଘରକୁ ଶବ ନେଇ ଫେରିଲା ପରେ ତାଙ୍କ ପୁଅ ରୁପେଶ ଶବର ଓ ତାଙ୍କ ବଡ଼ ଭାଇ ଙ୍କ ପୁଅ ନରୋତ୍ତମ ଶବର ମୁଖାଗ୍ନି ଦେଇ ଶେଷ କୃତ୍ୟ ସମ୍ପର୍ଣ କରିଥିଲେ !ଏହି ଦୁଖଃଦ ଖବର ରେ ଗାଁ ଓ ଅଞ୍ଚଳ ବାସି ଙ୍କ ମଧ୍ୟ ରେ ଶୋକର ଛାୟା ଖେଳି ଯାଇଛି !

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଶିକ୍ଷୟିତ୍ରୀ ଙ୍କୁ ବିଦାୟି କାଳିନ ସମ୍ବର୍ଦ୍ଧନା

Sunil Chandra Nayak

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ

masiha

ନବରଙ୍ଗପୁର ଜିଲ୍ଲାରେ ବନ୍ଦ ସଫଳ

Sunil Chandra Nayak

Leave a Comment

error: Content is protected !!