ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗଭଣ ରାଧାକୃଷ୍ଣ ମନ୍ଦିର ପରିସରରେ ଗୁରୁପୂର୍ଣ୍ଣିମା

ନାଗଭଣ ରାଧାକୃଷ୍ଣ ମନ୍ଦିର ପରିସରରେ ଗୁରୁପୂର୍ଣ୍ଣିମା

ରାଇରଙ୍ଗପୁର – ୨୯/୦୭

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବୋ ମହେଶ୍ବରଃ,
ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରଵେ ନମଃ ।

ଭାରତବର୍ଷର ସର୍ବତ୍ର ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ଗୁରୁପୂର୍ଣ୍ଣିମା ତଥା ବ୍ୟାସ ପୂର୍ଣ୍ଣିମା ପାଳନ କରାଯାଏ ।ମହର୍ଷି ବଶିଷ୍ଠଙ୍କ ପୌତ୍ରର ପରାଶର ଋଷିଙ୍କ ପୁତ୍ର ବେଦବ୍ୟାସ ଯିଏକି ଶ୍ରୀମଦ୍ ଭଗବତ୍ ଗୀତା , ଭଗବତ ପୁରଣ,, ସମସ୍ତ ପୁରାଣର ରଚୟିତା ତଥା ମାନବ ଜାତିର ଜ୍ଞାନର ଭଣ୍ଡାର ସୃଷ୍ଟି କରି ଯାଇଛନ୍ତି ତାଙ୍କରି ଜନ୍ମ ଦିନକୁ ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ ।ସମସ୍ତ ପୂର୍ଣିମା ମଧ୍ଯରେ ଗୁରୁ ପୁର୍ଣିମା ଶ୍ରେଷ୍ଠ ଅଟେ ।କୌରବ ଓ ପାଣ୍ଡବ ଆଦି ସମସ୍ତେ ବେଦବ୍ୟାସ ଙ୍କୁ ଗୁରୁ ବୋଲି ମାନନ୍ତି ।ଧର୍ମଗ୍ରନ୍ଥ ଅନୁସାରେ ଏହିଦିନ ଯେଉଁଵ୍ଯକ୍ତି ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ ତା’ର ର ଜୀବନ ସଫଳ ହୋଇଥାଏ ।ଏହିଦିନ ଗୁରୁଙ୍କୁ ପୂଜାକରି ତାଙ୍କୁ ସମ୍ମାନ କରିବା ପରମ୍ପରା ପ୍ରଚଳିତ ଅଛି ।ହିନ୍ଦୁ ଧର୍ମ ଗ୍ରନ୍ଥରେ ଗୁରୁଙ୍କ ଭଗବାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ କୁହାଯାଇଛି ।ଗୁରୁ ହିଁ ଶିଷ୍ୟମାନଙ୍କ ଭବିଷ୍ୟତ ଆଣିଥାନ୍ତି ଏବଂ ସେମାନଙ୍କୁ ଜୀବନର ସବୁଠାରୁ କଠିନ ପରିସ୍ଥିତିରେ ମୁକାବିଲା କରିବା ପାଇଁ ମଧ୍ୟ ବାଟ ଦେଖାଇଥାନ୍ତି । ରାଇରଙ୍ଗପୁର ସନ୍ନିକଟ ନାଗଭଣ ଗ୍ରାମରେ ୨୫/୯/୨୦୧୬ ରେ ଗୁରୁ କୃପାଳଜୀ ମହାରାଜ ଜୀଙ୍କ ପଟଶିଷ୍ଯ ସ୍ଵାମୀ ମୁକୁନ୍ଦାନନ୍ଦଜୀଙ୍କ କରକମଳରେ ରାଧାକୃଷ୍ଣ୍ନ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।ସେବେଠାରୁ ଆଜିଯାଏଁ ପ୍ରତିଵର୍ଷ ଆଷାଢ଼ ପୂର୍ଣ୍ଣିମାରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଆସୁଛି ।କୃପାଳଜୀ ମହାରାଜଜୀଙ୍କ ଶିଷ୍ୟ ଓ ଶିଷ୍ଯାମାନେ ଆଜି ଏହି ମନ୍ଦିର ପରିସରରେ ଏକତ୍ର ହୋଇ ପ୍ରାରମ୍ଭରେ ଗୁରୁ ପୂଜନ, ସତସଙ୍ଗ, ଆରତୀ, ଭଜନ,ଗୁରୁଗୀତା ପଠନ, ସଂକିର୍ତନ ,ଅଭିଶେକ ଏବଂ ଆରତୀ କରିଥିଲେ ।ବିଭିନ୍ନ ଅଞ୍ଚଳରୁ ସତସଙ୍ଗୀମାନେ ପହଞ୍ଚି ନିଜ ଗୁରୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।କମିଟି ତରଫରୁ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ଵାଳ

Related posts

ଖଟରୁ ଗଳି ପଡି ଯୁବକର ମୃତ୍ୟୁ; କାରଣ ଅସ୍ପଷ୍ଟ

ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

କୂଅ ସଫା କରିବା ବେଳେ ଶ୍ରମିକ ଗୁରୁତର

Leave a Comment

error: Content is protected !!