ଥୁଆମୁଳ ରାମପୁର ବ୍ଳକ: ଯୋଜନା ଅନେକ
ସମସ୍ୟା ବି ବହୁତ
ରାସ୍ତାଘାଟ ଅଭାବ, ବିଷୁଦ୍ଧ ପାନୀୟ ଜଳ ସମସ୍ୟା, ଲୋକେ ଝରଣା ଜଳ ଉପରେ ନିର୍ଭର,
ରୋଗୀ କିମ୍ବା ଗର୍ଭବତୀ ମହିଳା ଖଟିଆରେ ବୁହାହେବା, ଯୋଜନା ବାଟବଣା ଗରିବ ଲୋକେ ହନ୍ତସନ୍ତ
ଥୁଆମୁଳ ରାମପୁର:୪/୦୮- (ମନିସ):- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଅଞ୍ଚଳର ବିକାଶ ପାଇଁ ଜନସାଧାରଣ ସ୍ବାର୍ଥକୁ ଦୃଷ୍ଟିରେ ରଖି କୋଟି କୋଟି ଟଙ୍କାର ମାଳ ମାଳ ଯୋଜନା ଚାଲିଛି ସତ। ଯୋଜନା ନାଁରେ କୋଟି କୋଟି ଟଙ୍କା ବ୍ଯୟବରଦା କରାଯାଉଛି ତଥାପି ବି ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ନେଟୱର୍କ ଭଳି ସୁବିଧା ବର୍ତ୍ତମାନ ମଧ୍ୟ ଅପହଞ୍ଚ। ଯାହାଫଳରେ ଦୁର୍ଗମ ଅଞ୍ଚଳର ବସବାସ କରୁଥିବା ଲୋକମାନେ ବିଭିନ୍ନ ଅସୁବିଧା ମଧ୍ୟରେ କାଳାତିପାତ କରୁଥିବା ଜଣାପଡିଛି। ସରକାର ଙ୍କ ବିଭିନ୍ନ ଯୋଜନା ନାଁରେ ଅଳ୍ପ କାମ ବହୁତ ବିଲ ଉଠାଣ ଫଲସ ବିଲ ଭଳି ଘଟଣା ଘଟୁଥିବ ଯୋଗୁଁ ଅଞ୍ଚଳର ବିକାଶ ପ୍ରତି ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକ ସାମିଲ ହୋଇ ଉକ୍ତ ଯୋଜନାକୁ ବାଟବଣା କରୁଥିବା ଅନୁମାନ କରାଯାଉଛି। ଯେହେତୁ ସରକାରଙ୍କ ମାଳମାଳ ଯୋଜନା ନାଁରେ କୋଟି କୋଟି ଟଙ୍କା ବ୍ଯୟବରାଦ ହେଉଥିବା ବିଷୟରେ କୁହାଯାଉଛି କିନ୍ତୁ ସେ ଅନୁପାତରେ ଅଞ୍ଚଳର ବିକାଶ କାହିଁକି ହେଉନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା କରୁଥିବା ଜଣାପଡିଛି। ଏଠାରେ ଏକ ଉଦାହରଣ ସ୍ବରୂପ ନିଆଯାଇଛି। ତାହା କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ, ଏହି ବ୍ଳକ ଏକ ଅନୁନ୍ନତ ଅଞ୍ଚଳ ଭାବରେ ପରିଚିତ ଲୋକମାନେ ବିଭିନ୍ନ ସମୟରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ବ୍ଳକକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ସେଅନୁସାରେ ଅଞ୍ଚଳ ପାଇଁ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି, ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚା ହେଉଛି ତଥାପି ଅନେକ ସମସ୍ୟା ରହିଛି କାହିଁକି। ବର୍ଷ କୁ ବର୍ଷ ଅଜସ୍ର ଅର୍ଥ ଅନୁନ୍ନତ ଅଞ୍ଚଳ ଭାବରେ ଥୁଆମୁଳ ରାମପୁର ବ୍ଳକରେ କାର୍ଯ୍ଯକାରୀ ହେଉଛି ତଥାପି ଯୋଜନା ଅନୁପାତରେ ଅଞ୍ଚଳର ଉନ୍ନତି କ୍ଷେତ୍ରରେ କାହିଁକି ଆଗକୁ ଯାଇପାରୁନାହିଁ ବୋଲି ଆଲୋଚନା ଜୋର ଧରିଛି। ଏଦିଗରେ ଅଞ୍ଚଳକୁ ବିକାଶ କରିବା ଚାହିଁବା ତେବେ ଅଞ୍ଚଳର ସମସ୍ତଙ୍କର ଦାୟିତ୍ୱ ଯଦିଓ ଦାୟିତ୍ୱ ପ୍ରତି ସଚେତନ ରହିଲେ ଅଞ୍ଚଳ ବିକାଶ ହେବା ସୁନିଶ୍ଚିତ ଅପରପକ୍ଷରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନ, ସ୍ଥାନୀୟ ଜନତା ଏଦିଗରେ ଅଣ୍ଟାଭିଡିଲେ ହିଁ ଅଞ୍ଚଳ ବିକାଶ ହେବାରେ କୌଣସି ଅସୁବିଧା ରହିବ ନାହିଁ। ପ ଯୋଜନାକୁ ପ୍ରକୃତରେ ସଠିକ ଭାବରେ ବିନିଯୋଗ କରିବା ତୋ ଅଞ୍ଚଳ ଆହୁରି ଆଗକୁ ଯାଇପାରିବ ବୋଲି କିଛି ଚିନ୍ତାଶୀଳ ବ୍ଯକ୍ତି ଆଲୋଚନା କରୁଥିବା ଜଣାପଡିଛି। ବ୍ଳକରେ ଯୋଜନା ଅନେକ ସମସ୍ୟା ବି ବହୁତ ଅତୀତରେ ଏହି ବ୍ଳକ ଏକ ଅନୁନ୍ନତ ଅଞ୍ଚଳ ଭାବରେ ପରିଚିତି ଏହି ବ୍ଳକରେ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକରୀ ହେଉଥିବା ବେଳେ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଅଞ୍ଚଳର ବିକାଶ କ୍ଷେତ୍ରରେ ବାଧାସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସମସ୍ୟାକୁ ସାମ୍ନାରେ ରଖି ଜନଜନସଚେତନତା ଜାଗରଣ ସୃଷ୍ଟି ହେଲେ ହିଁ ଏହି ବ୍ଳକ ବିକାଶ କ୍ଷେତ୍ରରେ ଆହୁରି ଆଗକୁ ଯାଇପାରିବ ଏଥିରେ କୌଣସି ଲୋକଙ୍କ ଅସ୍ବୀକାର କରିପାରିବେ ନାହିଁ। ଅଞ୍ଚଳର ବିକାଶ କରିବାକୁ ଚାହିଁବେ ତୋ ନିଶ୍ଚୟ ବିକାଶ ହେବ ଏହି ପାଇଁ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି ସେଥିପାଇଁ ସମସ୍ତେ ଚାହିଁଲେ ହିଁ ଅଞ୍ଚଳର ବିକାଶ କ୍ଷେତ୍ରରେ ଆଗେଇପାରି ଏଥିରେ ସନ୍ଦେହ କରିବାର କୌଣସି ଆବଶ୍ୟକତା ନାହିଁ।
ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

