ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ ଲୌହଖଣି ଅଞ୍ଚଳରେ କାମୟାଵୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ଵଣ୍ଟନ

ବାଦାମ ପାହାଡ଼ ଲୌହଖଣି ଅଞ୍ଚଳରେ କାମୟାଵୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ଵଣ୍ଟନ

ରାଇରଙ୍ଗପୁର – ୧୫/୧୦ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କାମୟାଵୀ ଚାରିଟେବୁଲ ଟ୍ରଷ୍ଟର ଡାଇରେକ୍ଟର ସେବା ନିବୃତ ଆଇପିଏସ୍ ଅଫିସର କାମ୍ଯା ମିଶ୍ର ଙ୍କ ତତ୍ବାଵଧାନରେ ବାଦାମ ପାହାଡ଼ ଅଞ୍ଚଳର ଖଣି ଶ୍ରମିକ,ଅଞ୍ଚଳବାସୀ,ଡ୍ରାଇଭର ମାନଙ୍କ ଚକ୍ଷୁ ଆକ୍ରାନ୍ତ ଓ ସମସ୍ୟା ନେଇ ଏକ ବିଶାଳ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ ଶିବିରରେ ରାସଗୋବିନ୍ଦପୁର ରଙ୍ଗାମାଟିଆର ମହାତ଼ମା ଗାନ୍ଧୀ ଚିକିତ୍ସାଳୟ ଏବଂ କଟକର ଏଏସଜି ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଏବଂ ସହଯୋଗୀ ଉପସ୍ଥିତ ରହି ଚକ୍ଷୁ ପିଡିତ ମାନଙ୍କର ମୋତିଆବିନ୍ଦୁ,ରେଟିନା,ସମିପ,ବକ୍ର,ଓ ଦୂର ଦୃଷ୍ଟି ପ୍ରଭୃତି ପରୀକ୍ଷା କରିଥିଲେ ।ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ତରଫରୁ ୨୧୦ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ୧୨୦ ଜଣଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା ।

ସେହିଭଳି ଏଏସଜି ଚକ୍ଷୁ ଚିକିତ୍ସାଳୟ ତରଫରୁ ୨୨୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ।ଜିଏମ ଆଇରନ୍ ଏଣ୍ଡ ଷ୍ଟିଲ କମ୍ପାନିର ସିଇଓ ଇଂ ହରେନ୍ଦ୍ର ନାରାୟଣ ଦାସ ଉପସ୍ଥିତ ରହି ତାଙ୍କ ଷ୍ଟାଫ୍ ଖଣି ପରିଚାଳକ ବିଶ୍ଵଜିତ ବରାଳ,ଵିକର୍ତନ ଗିରି,ଅମିତାଭ ମହାନ୍ତି,ରାଜେଶ ଦେବ,ଖଗେଶ୍ଵର ପ୍ରଧାନ ରଣଜିତ ବାରାକ,ଧର୍ମେନ୍ଦ୍ର ଜୟସ୍ବାଲ,କାହ୍ନା ମହାକୁଡ଼,ଅଭିରାମ ବେହେରା ପ୍ରମୁଖଙ୍କୁ ନେଇ ପରିଚାଳନା ଶୃଙ୍ଖଳିତ ଭାବରେ କରିଥିଲେ ।ମହାତ୍ମା ଗାନ୍ଧୀ ଚିକିତ୍ସାଳୟର ସଂଯୋଜକ ରଞ୍ଜନ ନାଏକ,କୌଶିକ ମଲିକ,ସୋନାଲି ମହାନ୍ତ ପ୍ରମୁଖ ଚକ୍ଷୁ ପିଡିତାଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

୧- NSF ଓଡିଶା ରାଜ୍ୟ ପାଇଁ ଭାରଉତ୍ତୋଳନ କମିଟି ରେ ନୂତନ କମିଟି ଚୟନ ,୨- କାଳବୈଶାଖୀ ବର୍ଷା ପବନରେ ଉଡ଼ାଇଲା ଘର, ଭାଙ୍ଗିଲା ଗଛ 

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ବନ୍ଧୁତ୍ୱ ଦିବସ -୨୦୨୬ ପାଳିତ

Sunil Chandra Nayak

ଜୁଲାଇ ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ୨୬ ଟି ବ୍ଲକରେ ଏସ ଆଇ ଏସ ଇଣ୍ଡିଆ ଲିଃ,କଟକ ଆନୁକୁଲ୍ୟରେ ନିଯୁକ୍ତି ଶିବିର

Leave a Comment

error: Content is protected !!