ମତୁଆଲ ଗୁଡା ମହାମାୟୀ ଦୁଆର ଶନି ଙ୍କ ପବିତ୍ର ଦଶହରା ସମ୍ପନ୍ନ
ଜୁନାଗଡ଼,୧୫/୧୦(ମନୀ ସ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମାତୁଆଲ ଗୁଡା ଗ୍ରାମ ଠାରେ ରାଜ କିୟ ଦେବୀ ମହାମାୟୀ ଦୁଆର ସନୀ ଙ୍କ ଦଶହରା ପୂଜା ମହାଆଡମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି। ମାଣିକେଶ୍ଵରୀ, ଲଙ୍କେଶ୍ବରୀ ଭଳି ମା ଦୁଆର ସନି ରାଜକୀୟ ଆକାର ରେ ବାଜା ଘଂଟା ହୁଳହୁଳି ପିଠେ ପୂଜା ପାଆନ୍ତି। ପରମ୍ପରା ଅନୁଯାୟୀ ଥୁଆ ମୂଲ ରାମପୁର ମାଣିକେଶ୍ଵରୀ ଙ୍କ ଝାମୁ ଯାତ୍ରା ପର ମହାଳୟା ଅମାବାସ୍ୟା ଠାରୁ ପୂଜା ଆରମ୍ଭ ହୋଇ ଦ୍ୱିତୀୟ ଦିନ ପୂଜା ସମ୍ପନ୍ନ ହୁଏ। ଦେବୀ ପୀଠ ରେ ମାନସିକ ଧରି ଙ୍କ ଦ୍ଵାରା କୁକୁଡ଼ା ପାରା, ଗଡରା ବଳି ଦିଆ ଯାଏ। ଏହି ପୀଠ ର ପୂଜା ସବୁଠାରୁ ନିଆରା ,ଅନ୍ୟାନ୍ୟ ଦେବୀ ପୀଠ ରେ ବଳି ଦିଆ ଯାଇଥିବା ବୋଦା ରକ୍ତ କୁ ମାଟି ରେ ଦେଉ ଥିବା ବେଳେ ମା ଦୁଆର୍ଶନି ଙ୍କ ପୂଜା ରେ ବଳି ଦେଇ ଥିବା ବୋଦା ରକ୍ତ କୁ ମଣିଷ ଦେହରେ ସବାର ହୋଇ ଥିବା କାଲିଶି କୁ ରକ୍ତ ପାଇବା କୁ ଦିଆ ଯାଏ। କଞ୍ଚା ରକ୍ତ ପିଉ ଥିଲେ ମଧ୍ୟ କଲି ସି ଙ୍କ କିଛି ଅସୁବିଧା ହୋଇ ନ ଥାଏ।। ମୁଖ୍ୟ ପୂଜା ଦିନ ଦେବୀ କଲିଶି ଦେହ ରେ ସବାର ହୋଇ ଭକ୍ତ ଙ୍କ ଘର୍ ଘର ବୁଲି ଦର୍ଶନ ଦେଇଥାନ୍ତି। ଦିନ ୧୨ ଘଂଟା ପରେ ପୂଜା ହୁଏ। ଦୁଅର୍ଶନି ପୂଜା କମିଟି ଏବଂ ତ୍ରିଶକ୍ତି ଯୁବ କ୍ଳବ୍ ଅନୁକୂଳ ରେ ସନ୍ଧ୍ୟା ରେ ନାଟକ ଘୁମୁରା ଭଳି ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥାଏ।ବର୍ଷ ଦୂଆର୍ଶନି ପୂଜା କମିଟି ଆନୁକୂଲ୍ୟରେ ୧୩ ତାରିଖ ଦିନ ପୂଜା ସମୟ ରେ ବିର ବାଦ୍ୟ ଘୁମୁରା କାର୍ଯ୍ୟକ୍ରମ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥାବିର ବାଗ ମୁଖ୍ୟ ଅଥିତି ଭାବରେ ଯୋଗ ଦେଇ ଥିଲା ବେଳେ ସଂମ୍ନୀୟ ଅଥିଟି ଭାବେ ବରିଷ୍ଟ ସାମ୍ବାଦିକ ଜଗମୋହନ ପଟ୍ଟନାୟକ,ବଳରାମ ଛତ୍ରିଆ,ନିକୁଞ୍ଜ ଚାଲାଣ ସୁବୋଧ୍ୟ ରଣା ,ନରେନ୍ଦ୍ର କ୍ଷିତି, ମହାଦେବ ଖଣ୍ଡୁଆଲ, ଅମରେଶ ପାଢ଼ୀ, ଛାବିଲାଲ ନିଆଲ, ଜାତୀନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟା ରେ ନାଟକ ସଙ୍କୃତିକ କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ଯୁବ ଆଇନଜୀବୀ ମାନସ ବାଗ, ସମାଜ ସେବୀ ହେମନ୍ତ ନାୟକ,itbp କାମଣ୍ଡୋ ପଙ୍କଜ ଛତ୍ରିଆ ଖିରସିଦୁ ଗହିର,ହରିହର ଛତ୍ରିଆ, ପ୍ରମୁଖ ଉପସ୍ଥିତ ଥିଲେ, କାର୍ଯ୍ୟ କରମ୍ କୁ ରଜନୀକାନ୍ତ ଛତ୍ରିଆ ପରିଚାଳନା କରିଥିବା ବେଳେ ଜୟରାମ ଛତ୍ରିଆ,କୁଞ୍ଜଛାତ୍ରୀୟା ତଥା ସମସ୍ତ ଦୁଆର ସାନି ପୂଜା କମିଟି ସଦସ୍ୟ ସହଯୋଗ କରିଥିଲେ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

