ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ବଜାର ରାସ୍ତା ମରଣଯନ୍ତା; ମରାମତି ପାଇଁ ସାଧାରଣରେ ଦାଵି

ଵହଳଦା ବଜାର ରାସ୍ତା ମରଣଯନ୍ତା; ମରାମତି ପାଇଁ ସାଧାରଣରେ ଦାଵି

  ମୟୂରଭଞ୍ଜ- ୨୫/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦଆ ବ୍ଳକ ସଦର ମହକୁମା ବହଳଦା ବଜାର ଅଞ୍ଚଳର ବ୍ୟସ୍ତବହୁଳ ସଦର ରାସ୍ତାର ସ୍ଥାନୀୟ ବାବାଜୀ ମନ୍ଦିର ଛକରୁ ଏତୁଓ୍ବାରୀ ଛକ ସାଙ୍ଗକୁ ଗୌଡସାହି ପାଖାପାଖି ରାସ୍ତା ଯାଏଁ କେତେକ ସ୍ଥାନରେ ବା ଅଧିକାଂଶ ଜାଗାରେ ଖାଲଖମାଲ ବଡ଼ ବଡ଼ ଗର୍ତ୍ତ ହୋଛି। ଫଳରେ ଉକ୍ତ ରାସ୍ତାରେ ନିର୍ଭର କରି ଯାତାୟତ ବା ଗମନାଗମନ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ଉଠୁଛି। ଏହି ବଜାରକୁ ପଡୋଶୀ ଝାଡଖଣ୍ଡ ରାଜ୍ୟର ଟାଟା ନଗର,ହାତା, ଚାଇଁଵସା ଅଂଚଳରୁ ପରିବହନ ହେବା ସହ ବେପାର ଓ ବ୍ୟବସାୟ ପାଇଁ ଦୈନିକ ହଜାର ହଜାର ଲୋକଙ୍କ ଗମନାଗମନ ରହିଛି ‌ । ବିଭିନ୍ନ ଯାନବାହାନ ବାଇକ ଚାଳକ, ପଥଚାରୀ, ବାଟୋଇ ସାଙ୍ଗକୁ ପ୍ରତ୍ୟହ ଏହି ରାସ୍ତା ଉପରେ ନିର୍ଭର କରି ଯିବା ଆସିବା କରୁଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ପୂର୍ତ ଵିଭାଗ  କତୃପକ୍ଷ ଏଥିପ୍ରତି ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସାଧାରଣରେ ଦାବି ହେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମୋହଉତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ 

ମିଡଟାଉନ ର ୪୮ ତମ ଓ ଇନର ହୁଇଲ ର ୩୭ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

କୋମନା ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!