ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାର କଲେ ପ୍ରତାରଣା : ନର୍ଲା ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା

ସରକାର କଲେ ପ୍ରତାରଣା : ନର୍ଲା ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା

ନର୍ଲା, (ମନିସ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନର ଆହ୍ୱାନ କ୍ରମେ ନର୍ଲା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଗତ ଅଗଷ୍ଟ ୫ ତାରିଖ ଦିନ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୩ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ରାଜ୍ୟ ସରକାର ଠିକା ଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା; ଗଣଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ଯତା; ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତି ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରୁଥିବାରୁ ତଥା ମୂଳ ପଦବୀ ଯୋଗ୍ୟତାରେ ପରିବର୍ତ୍ତନ ହୋଇଥିବାରୁ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୂଳ ବେତନ ଲେବୁଲ-୯ କେନ୍ଦ୍ରୀୟ ହାରରେ ଗ୍ରେଡ୍ ପେ’ ୪୨୦୦ ପ୍ରଦାନ; ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ନେଇ ଦାବି କରାଯାଇଥିଲା। ଗୁରୁଦିବସ ଅବସରରେ ଏସବୁ ଦାବି ପୂରଣ ହେବା ନେଇ ଆଶା ବାନ୍ଧିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ। ତେବେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନ ଥିବାରୁ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଗଣଧାରଣାରେ ବସିଛନ୍ତି। ସଂଘର ବ୍ଲକ ସଭାପତି ମୀନକେତନ ସାହୁ ଓ ସଂପାଦକ ଅମିତ କୁମାର ଶର୍ମାଙ୍କ ନେତୃତ୍ୱରେ ସଂଘ କାର୍ଯ୍ୟକର୍ତ୍ତାଙ୍କ ସମେତ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଥିଲେ।

ନର୍ଲାରୁ ଦୀପକ ଠାକୁରଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ବେଦପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ସୁନିତା ଦାଶ

masiha

ମାଟ୍ରିକ ପରୀକ୍ଷାରେ ଛାତ୍ରୀ ପ୍ରତିଭା ମିଶ୍ର ବ୍ଲକ ଟପର 

masiha

ରାଉରକେଲାରେ ଇଏସ୍‌ଆଇସି ହସ୍ପିଟାଲ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

masiha

Leave a Comment

error: Content is protected !!