ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଭାବକ ଜଣେ ଅଂଶୀଦାର କାର୍ଯ୍ୟକ୍ରମ

ଅଭିଭାବକ ଜଣେ ଅଂଶୀଦାର କାର୍ଯ୍ୟକ୍ରମ 

ଡାବୁଗାଁ, ୮/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଅଭିଭାବକ ସମ୍ମିଳନୀର ଏକ ନୂଆରୂପ ଅଭିଭାବକ ଜଣେ ଅଂଶୀଦାର ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ଭରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଯୋଗ ଦେଇ ଆଜିର କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଆମେ ଜାଣିବା ଆମେ ଜିଣିବା ଉପରେ ବ୍ୟାପକ ଆଲୋଚନା କରିଥିଲେ | ଏହାସହ ଅଭିଭାବକ ଓ ଶିକ୍ଷକ ଙ୍କ ମଧ୍ୟରେ ସଦାସର୍ବଦା ସମନ୍ଵୟ ରକ୍ଷା କରିବା, ପିଲା ମାନଙ୍କୁ ବିଦ୍ୟାଳୟରୁ ବାରମ୍ବାର ଘରକୁ ନନେବା, ଛାତ୍ରୀ ମାନଙ୍କ ପାଠ ପଢା ଉପରେ ଶିକ୍ଷକ ମାନଙ୍କ ଠାରୁ ବୁଝିବା, ପିଲା ମାନଙ୍କୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବା ଆଦି ଉପରେ ଆଲୋକପାତ କରିଥିଲେ | ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗରେ ଥିବା ସରକାରୀ ଯୋଜନା ଗୁଡିକ ଉପରେ ଅଭିଭାବକ ମାନଙ୍କୁ ଜଣାଇଥିଲେ | ସଭାଗୃହ ବାହାରେ ବିଭିନ୍ନ ବିଭାଗର ଥିବା ଷ୍ଟଲ ଗୁଡିକ ଛାତ୍ରୀ ଓ ଅଭିଭାବକ ମାନେ ବୁଲି ଦେଖିଥିଲେ | ଏଥିରେ ଛାତ୍ରୀ ମାନଙ୍କୁ ନେଇ ଝୋଟି, ପେଣ୍ଟିଙ୍ଗ, ତର୍କ, ସୃଜନଶୀଳ ଲିଖନ ଉପରେ ପ୍ରତିଯୋଗୀତା ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ବିଦ୍ୟାଳୟରେ ୪୨୮ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪୨୦ ଜଣ ଅଭିଭାବକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |ଏହି ବୈଠକରେ ସମ୍ମାନୀତ ଅତିଥି ଭାବେ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ଦାଶ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଶିକ୍ଷକ ମହେଶ୍ଵର ନାଥ କାର୍ଯ୍ୟକ୍ରମ ପରିଚାଳନା କରିହଟିବା ବେଳେ ସମସ୍ତ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ |    

   ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହ୍ୟୁମାନିଟି ଫାଉଣ୍ଡେସନ ର ବାର୍ଷିକୋତ୍ସବ ଆସନ୍ତା ୧୪ ରେ……

masiha

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ: କିପରି ଚାଲିବ ଶିକ୍ଷାଦାନ ?

masiha

ଜାତୀୟ ଡାକ୍ତର ଦିବସ ପାଳନ ଓ ରକ୍ତଦାନ ଶିବିର ଆୟୋଜିତ

Leave a Comment

error: Content is protected !!