ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇ ପବ୍ଲିକ ଆବାସିକ ବିଦ୍ୟାଳୟରେ ପହଞ୍ଚିଲା ସ୍ୱୟଂ ସିଦ୍ଧା ଟ୍ରଷ୍ଟ

ସାଇ ପବ୍ଲିକ ଆବାସିକ ବିଦ୍ୟାଳୟରେ ପହଞ୍ଚିଲା ସ୍ୱୟଂ ସିଦ୍ଧା ଟ୍ରଷ୍ଟ

ବାଲେଶ୍ଵର,୦୮/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନଟାପଡା ଠାରେ ଥିବା ସାଇ ପବ୍ଲିକ ଆବାସିକ ବିଦ୍ୟାଳୟର କୁନି କୁନି ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ନିମନ୍ତେ ସ୍ବୟଂ ସିଦ୍ଧା ଟ୍ରଷ୍ଟ ତରଫରୁ ୧୦୦ ଷ୍ଟିଲି ପ୍ଲେଟ, ଟ୍ରେ ଥାଳି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟରେ ଗୋବିନ୍ଦ ଧିନ୍ଦା, ସତ୍ୟବ୍ରତ ଦାସ, ବିଜୁ ପାଣିଗ୍ରାହୀ, ଆଶିଷ ପାଣିଗ୍ରାହୀ, ସନାତନ ଦାସ ,ଗଙ୍ଗାଧର ବେହେରା, ବିଜୟ ଜେନା, ଆନନ୍ଦ କୁମାର ବେହେରା, ରାଜୀବ ଦାସ, ପ୍ରିତମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଟ୍ରଷ୍ଟର ଏମିତି କାର୍ଯ୍ୟ ପାଇଁ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଟ୍ରଷ୍ଟର ସଦସ୍ୟ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେବା ସହିତ ଆଗକୁ ଆହୁରି ଏମିତି ଭଲ ଭଲ କାମ କରିବା ପାଇଁ ଉତ୍ସାହିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜନଜାତିୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୨ ଟି ଅଭିଯୋଗର ଶୁଣାଣି 

masiha

Maharaja Sri Krishna Chandra Gajapati Narayan Dev’s 134th Birth Anniversary Celebrated in Rayagada

masiha

Leave a Comment

error: Content is protected !!