ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ତମ ବନ ମହୋତ୍ସବ ପାଳିତ

ଡାବୁଗାଁ, ୪/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ ଅଧୀନରେ ଥିବା ନାଗଯୋଡି ସଂରକ୍ଷିତଜଙ୍ଗଲରେ ଧାରଣାବେଡା ବନ ସୁରକ୍ଷା ସମିତି ର ସହଯୋଗ ରେ ୭୪ ତମ ବନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ନାୟକ ଓ ଝରିଗାଁ ବିଧାୟକ ପ୍ରତିନିଧି ରାମଧର ମାଝୀ,ସମ୍ମାନୀତ ଅତିଥି ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତି ମହାସଂଘ ସଭାପତି ଅର୍ଜୁନ ସମରଥ ଙ୍କ ସମେତ ନାଗଯୋଡି ଗ୍ରାମର ଭଦ୍ର ବ୍ୟକ୍ତି ବୃନ୍ଦ ଉପସ୍ଥିତ ରହିଥିବା ବେଳେ ବୃକ୍ଷ ହିଁ ଜୀବନ, ସବୁଜ ବନାନୀ ସ୍ରୁଷ୍ଟି କରି ମନୁଷ୍ୟ ଜୀବନ ଚଳନୀ ସୁନ୍ଦର ଓ ସୁଖମୟ ହେବା ଉପରେ ବ୍ୟାପକ ପରାମର୍ଶ ସଭାପତି, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ବକ୍ତବ୍ୟ ରଖିଥିଲେ l ଏଦଦ୍ ବ୍ୟତୀତ ଧାରଣାବେଡା ବନ ସୁରକ୍ଷା ସମିତି ସଭାପତି ନିରଞ୍ଜନ ଗୌଡ ଙ୍କ ସହ ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠୀ ମା ମାନେ ଉପସ୍ଥିତ ଥିବାବେଳେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ଉମା ଶଙ୍କର ମିଶ୍ର, କାର୍ତ୍ତିକ ମାଝୀ, ମନୋରଞ୍ଜନ ନାୟକ, ପ୍ରକାଶ ସରକାର, ସରସ୍ଵତୀ ମେହେର, ରୀତା ରାଣୀ ବିଶ୍ବାସ ରାୟ ଓ ନମିତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ l ସଭା ସାଙ୍ଗ ପରେ ବିଭିନ୍ନ ଚାରା ଅନ୍ୟୁନ ୩୦୦ ରୁ ଉର୍ଦ୍ଧ ଚାରା ରୋପଣ ହୋଇଥିବା ବେଳେ ଉପସ୍ଥିତ ସଭ୍ୟ ସଭ୍ୟା ଅନ୍ୟୁନ ୧୫୦ ଜଣ ଉପସ୍ଥିତ ରହି ଚାରା ରୋପଣ ସୁରୁଖୁରୁରେ ସମ୍ପାଦନ କରିଥିଲେ l ଏହାସହ ଡାବୁଗାଁ ଅଗ୍ନିସମ କାର୍ଯ୍ୟ|ଳୟ ପରିସରରେ ମଧ୍ୟ ବନ ମହୋତ୍ସବ ପାଳିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

masiha

ନାରୀ ସବୁ ଯୁଗରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି.

Sunil Chandra Nayak

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳନ

masiha

Leave a Comment

error: Content is protected !!