ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ‘ବନ ମହୋତ୍ସବ ସପ୍ତାହ’ ପାଳିତ

ରାଉରକେଲା/ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ବନ ମହୋତ୍ସବ ସପ୍ତାହ’ ଅବସରରେ ‘ବୃକ୍ଷ ରୋପଣ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ମାର୍ଗଦର୍ଶନ ତଥା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବନୀକରଣ କାର୍ଯ୍ୟକ୍ରମରେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ମୁଖ୍ୟ ଅତିଥି ଏବଂ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀବେହେରା ସ୍ବେଚ୍ଛାସେବୀ ମାନଙ୍କୁ ବାର୍ତ୍ତା ଦେଇ କହିଲେ “ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜିର ଆବଶ୍ୟକତା। ବିକାଶ ପାଇଁ ଜଙ୍ଗଲର ବିନାଶ ନୁହେଁ, ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ। ପ୍ରକୃତିର ସୁରକ୍ଷା, ବନୀକରଣ, ଜୀବନର ତଥା ଯୁବସମାଜର ବ୍ରତ ହେଉ। ସମ୍ମାନିତ ଅତିଥି ଡଃ ଜେନା “ପ୍ରକୃତି ଆମର ନିତି ଦିନିଆ ଆବଶ୍ୟକତା ପୂରଣ କରିପାରେ; ମାତ୍ର ମଣିଷର ଲୋଭକୁ ନୁହେଁ” ବୋଲି କହି ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିଥିଲେ ଏବଂ ବୃକ୍ଷ ରୋପଣ ଆମର ପରମ କର୍ତ୍ତବ୍ୟ ଓ ସ୍ବେଛାସେବୀମାନେ ଏଥିପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ପ୍ରବର୍ତ୍ତାଇ ଥିଲେ। ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ପାଟ୍ଟଶାଣୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଏବଂ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ କଲେଜ ଅଧ୍ୟକ୍ଷା ସୁଜାତା ପ୍ରଧାନ, ମୁଖ୍ୟ ଅତିଥି ଶ୍ରୀ ବେହେରା, ସମ୍ମାନିତ ଅତିଥି ଡଃ ଜେନା, ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପାଟ୍ଟଶାଣୀ ଏବଂ ଶତାଧିକ ସ୍ବେଛାସେବୀ ଓ ଛାତ୍ର-ଛାତ୍ରୀଙ୍କ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ସାହିଲ ପ୍ରଧାନ, ଅନିରୁଦ୍ଧ ସିଂହ, ପ୍ରକାଶ ମେହେର, ଅନୁ ଧନୱଆର, ବିକାଶ ମାହାତୋ, ଗୋବିନ୍ଦ ମାହାତୋ, ଐଶ୍ୱର୍ଯ୍ୟା ସାହୁ, ମମତା କିଷାନ, ଅନିତା ଜଗଦ୍ଦେବ, ବିଶାଳ କୁମାର ରାମ, ଅରୁଣ କୁମାର ମହାନ୍ତି, ନୟନ ଆଚାର୍ଯ୍ୟ, ଶିବମ ସିଂ, ସୁଶ୍ରୀରେଖା ବେହେରା, ଏଙ୍ଗଲା କୁଜୁର ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ଇସ୍ପାତ ଫିଟନେସ ପାଥ ରେ ରଜ ମହୋତ୍ସବ ପାଳନ 

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଖଟରୁ ପଡ଼ି ଶିଶୁକନ୍ଯା ମୃତ

Sunil Chandra Nayak

Leave a Comment

error: Content is protected !!