ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେସାହାରା ଯମୁନା ଶିଅଳଙ୍କୁ ଭେଟିଲେ କଂଗ୍ରେସ ନେତା ହିମାଂଶୁ ଶେଖର

ବେସାହାରା ଯମୁନା ଶିଅଳଙ୍କୁ ଭେଟିଲେ କଂଗ୍ରେସ ନେତା ହିମାଂଶୁ ଶେଖର

ବାଲେଶ୍ଵର,୦୮/୯/୨୩- ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଈଶ୍ୱରପୁର ପଞ୍ଚାୟତର କଳାଶୁଣି ଗ୍ରାମ । ଏହି ଗ୍ରାମରେ ୬ ଜଣ ପିଲାଙ୍କୁ ନେଇ ଯମୁନା ଶିଅଳଙ୍କ ପରିବାର । ବଡ଼ ଝିଅ ୭ବର୍ଷ ବୟସ ହୋଇଥିବା ବେଳେ ଅନ୍ୟମାନେ ଛୋଟ ଛୋଟ । ଅଭାବ ଅନାଟନରେ କାଳାତିପାତ କରନ୍ତି ପରିବାର । ରହିବା ପାଇଁ ଘର ଖଣ୍ଡିଏ ସାତସପନ ପାଲଟିଛି ଯମୁନା ଶିଅଳ ପାଇଁ । ଇତିମଧ୍ୟରେ ଗତ ତା ୩୧/୮/୨୦୨୩ ରିଖରେ ଅଚାନକ ସ୍ବାମୀ ପ୍ରଭାକର ଶିଅଳଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡିଛନ୍ତି ଯମୁନା । ଏକମାତ୍ର ରୋଜଗାର କ୍ଷମ ସ୍ବାମୀଙ୍କୁ ହରାଇଲା ପରେ ପିଲାମାନଙ୍କୁ ନେଇ କିପରି ସଂସାର ଚଳାଇବେ ସେହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ଯମୁନା । ଆବାସ ଯୋଜନା ଗୃହ ସାତସପନ ହୋଇଥିବାରୁ ଛୋଟିଆ ପଲିଟିଏ କରି ରହିଛନ୍ତି । ସରକାରୀ ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ ଏହି ବେସାହାରା ପରିବାରକୁ ସହାୟତା କରିବା ପାଇଁ କିଛିଦିନ ତଳେ ତାଙ୍କ ନିକଟରେ ପହଞ୍ଚିଥିଲେ ସିମୁଳିଆ ନିର୍ବାଚନ ମଣ୍ଡଳୀର ନୂତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା । ଶ୍ରୀ ବେହେରା ଯମୁନା ଶିଅଳଙ୍କ ଠାରୁ ସମସ୍ତ ବିବରଣୀ ଶୁଣିଲା ପରେ ପ୍ରକୃତ ଦୁଃଖ ଅନୁଭବ କରି ସହାୟତାର ହାତ ବଢାଇଥିଲେ । କିଛି ଆର୍ଥିକ ସହାୟତା ଦେବା ସହିତ ରହିବା ପାଇଁ ଗୃହ ନିର୍ମାଣର ଦାୟିତ୍ୱ ମଧ୍ୟ ନେଇଛନ୍ତି । ଖବରପାଇ ଗତକାଲି ଗଣମାଧ୍ୟମ ପ୍ରତିନିଧି ମାନେ ଯମୁନାଶିଅଳ ଘର କଳାଶୁଣିରେ ପହଞ୍ଚିଥିଲେ । ଯମୁନା ଠାରୁ ସମସ୍ତ ବିବରଣୀ ପଚାରି ବୁଝିଲା ପରେ ପ୍ରକୃତ ଘଟଣା ବିଷୟରେ ଅବଗତ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧିମାନେ । ସତରେ କ”ଣ ଏଭଳି ଗରିବ ପରିବାର ପ୍ରତି ପ୍ରଶାସନ ନାହିଁ ? ଖବରପାଇ ସିମୁଳିଆ ବିଡିଓ ସଦଳବଳେ ଯମୁନାଙ୍କ ନିକଟରେ ପହଞ୍ଚି ଦୁଃଖ ବୁଝିବା ପରେ ହରିଶ୍ଚନ୍ଦ୍ର ଯୋଜନାରେ ମିଳିବାକୁ ଥିବା ୨ ହଜାର ଟଙ୍କା ଏବଂ ନିଜସ୍ୱ ସହାୟତା ରାଶି ୧ ହଜାର ଟଙ୍କାକୁ ମିଶାଇ ମୋଟ ୩ ହଜାର ଟଙ୍କା ପ୍ରଦାନ କରିଥିଲେ । ତହସିଲଦାରଙ୍କ ସହିତ ଯୋଗାଯୋଗ କରି ଘରଟିଏ ପାଇଁ ଜାଗାର ବ୍ଯବସ୍ଥା କରିବେ କହିଥିଲେ । ବେସାହାରା ପରିବାରକୁ ସହାୟତାର ହାତ ବଢାଇଛନ୍ତି ଗ୍ରାମବାସୀ, ସ୍ବେଛାସେବୀ ଓ ପଞ୍ଚାୟତ ଯାହା ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ମଣ୍ଡଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସ ପାଳିତ 

Sunil Chandra Nayak

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

Sunil Chandra Nayak

ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!