ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କଟି ଦୁର୍ଘଟଣାରେ ଆରୋହୀ ଗୁରୁତର

କାମାକ୍ଷାନଗର(ମ ନି ସ)୨୮/୧୨ ପରଜଙ୍ଗ ଥାନା ଅନ୍ତର୍ଗତ ବଡ଼ଝରା ଠାରେ ୫୩ ନଂ ଜାତୀୟ ରାଜପଥ ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍କୁଟି ଦୁର୍ଘଟଣାରେ ଆରୋହୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି ହୋଇଥିବାର ଜଣାଯାଇଛି l ଗୁରୁତର ବ୍ୟକ୍ତି ହେଲେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୋମ୍ୟରଞ୍ଜନ ବାରିକ l ସୂଚନା ମିଳେ ଯେ ସୋମ୍ୟରଞ୍ଜନ ଅନୁଗୋଳରୁ ବରୀ ନିଜ ସ୍କଟି ରେ ଯାଉଥିବା ବେଳେ ବଡ଼ଝରା ନୁଆସାହି ଛକ ଠାରେ ଦୁର୍ଘଟଣା ଘଟିଥିଲା l ଫଳରେ ସୋମ୍ୟରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ଏହି ରାସ୍ତାରେ ଯାଉଥିବା ସମାଜସେବୀ ବାପୁନି ସାହୁ ନିଜ କାର ରେ ଗୁରୁତର ସୋମ୍ୟଙ୍କୁ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରିଥିଲେ ଓ କାମାକ୍ଷାନଗର ଡ୍ରାଇଭର ସଂଘ ପକ୍ଷରୁ ବିକାଶ ଚନ୍ଦ୍ର ପରିଡା ମଧ୍ୟ ସାହାଯ୍ୟର ହାତ ବଢ଼ାଇ ଥିଲେ,ସେଠାରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

masiha

ଡାବୁଗାଁ ବ୍ଲକ ରୁ ୧୦ ଜଣ ସୁଭଦ୍ରା ହିତାଧିକାରୀ ଭୁବନେଶ୍ଵର ଗଲେ 

masiha

Leave a Comment

error: Content is protected !!