ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାସ୍ୟ ଅଭିନେତା ବଂଶୀଧର ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଗରାମ ପଞ୍ଚାୟତ ଅଧିନ ଅଲଣା ଗ୍ରାମର ବହୂ ଜନପ୍ରିୟ ହାସ୍ୟ ଅଭିନେତା ତଥା ଆଧ୍ୟାତ୍ମିକବାଦୀ ସ୍ୱର୍ଗତ ବଂଶୀଧର ବାରିକ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ, କବି ଗୋଲକବିହାରୀ ପଲାଇ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ପ୍ରଫେସର ରମାକାନ୍ତ ଭୋଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବରନ୍ୟ ଅତିଥି ଭାବେ ତିର୍ତୋଲବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବିଶ୍ୱାଳ ଙ୍କ ସମେତ ସମ୍ମାନିତ ଅତିଥି ଭାବେ ସହଦେଵ କୁଅଁର, ପଣ୍ଡିତ ସୁଭାଷଚନ୍ଦ୍ର ଶତପଥୀ, ପଣ୍ଡିତ ପ୍ରବୋଧ କୁମାର ରଥ,ପ୍ରଜ୍ଞାସିନୀ ପରିଡା, ସେବାନିବୃତ ଉପଜିଲ୍ଲାପାଳ ଶୁକଦେବ ବେହେରା କୈଳାଶଚନ୍ଦ୍ର ପରିଡା ଓ ପ୍ରଭାତକୁମାର ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବଂଶୀଧର ଜଣେ ଲୋକପ୍ରିୟ ପରୋପକାରୀ ସରଳ ନିଷ୍କପଟ ମହାନବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରି, ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସଭାର ପ୍ରାରମ୍ଭରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଗୀତାପାଠ କରିବାପରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ତାଙ୍କର ଏକମାତ୍ର ପୁତ୍ର ତଥା ସମିତିସଭ୍ୟ ରମେଶ ଚନ୍ଦ୍ର ବାରିକ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ଆତ୍ମୀୟସ୍ୱଜନ ବନ୍ଧୁବର୍ଗ ଓ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।

ତିର୍ତ୍ତୋଲ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news odisha.

Related posts

ଗଠନ ହେଲା ପଞ୍ଚାୟତ ସ୍ତରୀୟ ଶାଖା କମିଟି

masiha

ତିରିଂ ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର 

masiha

ରବୀନ୍ଦ୍ର ନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

Leave a Comment

error: Content is protected !!