ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ, ଢେଙ୍କାନାଳରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୫ ପାଳିତ 

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ, ଢେଙ୍କାନାଳରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୫ ପାଳିତ 

ଢେଙ୍କାନାଳ: ତା. ୦୮.୦୯.୨୦୨୫ ରିଖ : ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନରେ ବରିଷ୍ଠା ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୫ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ସାଂସ୍କୃତିକ ବିଭାଗ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀ ଓ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ଓ ବିଭାଗର ଛାତ୍ରୀ,ଛାତ୍ର ମାନଙ୍କର ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା,ସଂଯୋଜକ ତଥା ପରିଚାଳକ ଭାବରେ ବିଦ୍ୟାଳୟର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ କହିଥିଲେ ଯେ,ସେପ୍ଟେମ୍ବର ୮ ତାରିଖକୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ । ଦେଶକୁ ପ୍ରଗତିଶୀଳ କରିବା ପାଇଁ ସାକ୍ଷରତା ହେବା ଜରୁରୀ ଅଟେ।ନିଜ ଭବିଷ୍ୟତ କିଭଳି ହେବ ତାହା ମଧ୍ୟ ସାକ୍ଷରତା ଉପରେ ନିର୍ଭର କରେ ।ତୃଣମୂଳ ସ୍ତରରେ ସାକ୍ଷରତାରୁ ବଞ୍ଚିତ ହେଉଥିବା ଗରିବ ଶିଶୁ ତଥା ବ୍ୟକ୍ତି ବିଶେଷଙ୍କ ଉପଯୁକ୍ତ ଶିକ୍ଷା ପାଇଁ ଆଗେଇ ଆସିବା ଏବଂ ସମାଜରେ ଶିକ୍ଷାର ପ୍ରଚାର ପ୍ରସାର କରିବା,ଆଜିର ଦିନରେ ଏହା ସମସ୍ତଙ୍କର ସଂକଳ୍ପ ହେଉ।ସୁସ୍ଥ ସମାଜର ଗଠନ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଶିକ୍ଷା ଅପରିହାର୍ଯ୍ୟ।ଆସନ୍ତୁ,ଆଜି “ଆନ୍ତର୍ଜାତୀୟ ସାକ୍ଷରତା ଦିବସ” ଅବସରରେ ସାକ୍ଷରତାର ମହତ୍ତ୍ୱ ପ୍ରତିପାଦନ କରି ବ୍ୟକ୍ତିଗତ ତଥା ସାମାଜିକ ସ୍ତରରେ ସାକ୍ଷରତା ହାର ବଢ଼ାଇବା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ମଧ୍ଯ ଦୃଢ଼ ଆହ୍ଵାନ ଦେଇଥିଲେ।ଗୋଟିଏ ପୁସ୍ତକ,ଗୋଟିଏ କଲମ,ଗୋଟିଏ ପିଲା ଏବଂ ଜଣେ ଶିକ୍ଷକ ଜଗତକୁ ପରିବର୍ତ୍ତନ କରିପାରିବେ।କରୋନା ମହାମାରୀ ବିଶ୍ୱ ସାରା ଶିକ୍ଷା ଏବଂ ଶିକ୍ଷାଦାନ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।ଆନ୍ତର୍ଜାତୀୟ ସାକ୍ଷରତା ଦିବସରେ,କେବଳ ବୟସ ପ୍ରାଵଧାନ ନ ଦେଖି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ଏବଂ ଏକ ସଶକ୍ତ ସମାଜ ଗଠନ ପାଇଁ ସବୁବେଳେ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ଆମ କେନ୍ଦ୍ର ସରକାର ସର୍ବଦା ପ୍ରୟାସରତ।ବର୍ତ୍ତମାନର ନୂତନ ଶିକ୍ଷାନୀତି ବିଶେଷ ଭାବରେ ଧନ୍ଦାମୂଳକ,ପ୍ରାଦ୍ୟୋଗିକ ଓ ଡିଜିଟାଲ ରୂପରେ ମାନବସମ୍ବଳକୁ ରୋଜଗାରଭିତ୍ତିକ ଓ କୌଶଳଯୁକ୍ତ ଆତ୍ମନିର୍ଭରଶୀଳ ପରିବାର ,ସମାଜ ଓ ଦେଶ ତଥା ବିଶ୍ୱ ଗଠନ କରିବାରେ ପୂର୍ଣ୍ଣ ସହାୟକ ହେବ ବୋଲି ମଧ୍ଯ ଦୃଢ଼ ଆଶା କରିଥିଲେ। ଚାଲନ୍ତୁନା ,ଆଜି ଠାରୁ ଆମେ ଆତ୍ମନିର୍ଭରଶୀଳ ବିଶ୍ଵ ଆଡକୁ ଏକ ପାଦ ଆଗେଇବା,ସର୍ବ ମୂଳେ ସାକ୍ଷରତା,ଏହି ନୀତିକୁ ଆପଣାଇ ଆଜି ସାହି,ବସ୍ତିର ଆବାଳ ବୃଦ୍ଧବନିତାଙ୍କୁ, ପିଲାମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରିବା ପାଇଁ ଶପଥ ନେଇ ଏବଂ ପ୍ରତି ସପ୍ତାହରେ ଦୁଇ ଦିନ ଶିକ୍ଷା ଦାନ କରାଯିବ ବୋଲି ଧାର୍ଯ୍ୟ କରିବା ସହିତ ପିଲା ମାନଙ୍କ ପାଇଁ “ଉତ୍ସର୍ଗ ପାଠଶାଳା” ଖୋଲାଯାଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ବହି,ଖାତା, ସିଲଟ ଓ ଅନ୍ୟ ପାଠ୍ୟ ଉପକରଣ ମଧ୍ଯ ଯୋଗାଇ ଦିଆଯିବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ଶିକ୍ଷା ଦ୍ବାରା ସାମୂହିକ ବିକାଶ ସମ୍ଭବ ହୋଇପାରିଥାଏ।ଶିକ୍ଷାଦ୍ୱାରା ଜଣେ ସାକ୍ଷର ହୋଇଥାଏ।ଜଣେ ସାକ୍ଷର ବିଭିନ୍ନ ସରକାରୀ ଯୋଜନାର ଲାଭ ସହଜରେ ଗ୍ରହଣ କରି ପାରିଥାଏ।ତେଣୁ,ସାକ୍ଷରତା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଥାଏ।ଏହା ହେଉଛି ଏକ ଅନ୍ତର୍ଜାତୀୟ ଉତ୍ସବ। ପ୍ରତିବର୍ଷ ୮ ସେପ୍ଟେମ୍ବରରେ ଏହା ପାଳନ କରାଯାଏ। ୨୬ ଅକ୍ଟୋବର ୧୯୬୬ରେ ୟୁନେସ୍କୋର ସାଧାରଣ ସମ୍ମିଳନୀର ୧୪ ତମ ଅଧିବେଶନରେ ଏହି ଦିବସ ପାଳନ ପାଇଁ ଘୋଷିତ ହୋଇଥିଲା। ୧୯୬୭ ମସିହାରେ ଏହା ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା।ଏହାର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତି ସମ୍ପ୍ରଦାୟ ଏବଂ ସମାଜ ପାଇଁ ସାକ୍ଷରତାର ମହତ୍ତ୍ବକୁ ଉପଲବ୍ଧି କରିବା। ପୃଥିବୀରେ ପ୍ରାୟ ୭୭୫ ନିୟୁତ ଲୋକଙ୍କଠାରେ ସର୍ବନିମ୍ନ ସାକ୍ଷରତା ଦକ୍ଷତା ଅଭାବ ରହିଛି। ୫ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଏପର୍ଯ୍ୟନ୍ତ ସାକ୍ଷର ହୋଇ ନାହାନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ମହିଳା ଅଛନ୍ତି।ୟୁନେସ୍କୋର ଶିକ୍ଷା ପାଇଁ ବିଶ୍ବସ୍ତରୀୟ ମନିଟରିଂ ରିପୋର୍ଟ ୨୦୦୬ ଅନୁଯାୟୀ ,ଦକ୍ଷିଣ ଏସିଆରେ ସର୍ବନିମ୍ନ ଆଞ୍ଚଳିକ ବୟସ୍କ ସାକ୍ଷରତା ହାର ୫୮.୬ % ରହିଛି। ଏହା ପଛକୁ ସବ୍ ସାହାରା ଆଫ୍ରିକାର ସାହାରାରେ ଏହା ୫୯.୭ %ରହିଛି। ବିଶ୍ବରେ ସର୍ବନିମ୍ନ ସାକ୍ଷରତା ହାର ଥିବା ଦେଶଗୁଡ଼ିକ ହେଉଛି ବୁର୍କିନା ଫାସୋ (୧୨.୮%), ନାଇଜର (୧୪.୪ %) ଏବଂ ମାଲି (୧୯ %)। ଏହି ରିପୋର୍ଟରେ ନିରକ୍ଷରତା ଏବଂ ଭୟଙ୍କର ଦାରିଦ୍ର୍ୟ ମଧ୍ୟରେ ଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହିଦିବସ ପାଳନ ଅବସରରେ ସାକ୍ଷରତା ଦ୍ବାରା ସମାଜରେ କିଭଳି ପରିବର୍ତ୍ତନ ଅଣାଯାଇ ପାରିଥାଏ ସେ ସମ୍ପର୍କରେ ବିଶ୍ବବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ।ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଉପଲକ୍ଷେ ଚଳିତ ବର୍ଷ -୨୦୨୫ ର ଥିମ୍ ରହିଛି – ” ଡିଜିଟାଲ ଯୁଗରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା”।ଏହି ଅବସରରେ ପ୍ରାକ୍ତନ ଛାତ୍ରୀ ଚିନ୍ମୟୀ ବେହେରା ଇଂରାଜୀରେ,ଦେବୀକ୍ରିଷ୍ଣା ପରିଡ଼ା,ଅଭିଷେକ ଆଚାର୍ଯ୍ୟ,ଦଶମ ଶ୍ରେଣୀର ସାଇ ସ୍ନେହା ବେହେରା,ପଞ୍ଚମ ଶ୍ରେଣୀର ଛାତ୍ର ବି.ଶ୍ରେୟାନ୍ ସ୍ ,ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାନଭି ତ୍ରିପାଠୀ, ନବମ ଶ୍ରେଣୀର ସୁଶ୍ରୀ ସାଗରିକା ସ୍ଵାଇଁ, ଇପ୍ସିତା ପ୍ରିୟଦର୍ଶିନୀ ସାହୁ,ଶୁଭମ୍ ଲେଙ୍କା,ରତ୍ନ ମଞ୍ଜରୀ ସାମଲ,ଅମିତ୍ ନାୟକ,ମେହେକା ଫାତ୍ ମା,ତେଜସ୍ଵୀନି ମିଶ୍ର,ଅଂଶୁପ୍ରଭା ଷେଣ୍ଢ,ଷଷ୍ଠ ଶ୍ରେଣୀର ଶୀତଲ ପରିଡ଼ା, ଶ୍ରୀୟାଶ୍ରୀ ସାମଲ ଓ ସାଇ ପ୍ରସାଦ ମିଶ୍ର ପ୍ରମୁଖ ଛାତ୍ରୀ ଛାତ୍ରବୃନ୍ଦ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସ୍ୱ ସ୍ୱ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ସ୍ଵଅଙ୍କିତ ଚିତ୍ର ଓ ସ୍ବରଚିତ ସ୍ଲୋଗାନ ମଧ୍ୟ ପ୍ରଦର୍ଶନ କରିଥିଲେ।ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ),ବରିଷ୍ଠା ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ପ୍ରାକ୍ତନ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଓ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀ ଓ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,ସମସ୍ତ କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ, ବିରଞ୍ଚି ନାଏକଙ୍କ ସମେତ ବିଦ୍ୟାଳୟର ବହୁ ପୂରାତନ ଛାତ୍ରୀ ଛାତ୍ର,ବର୍ତ୍ତମାନର ୬୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ,ଛାତ୍ର,ସେମାନଙ୍କର ପିତା ମାତା, ଅଭିଭାବିକା,ଅଭିଭାବକ ମଧ୍ୟ ପର୍ଯ୍ୟାୟକ୍ରମେ ଯୋଗଦାନ କରି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠା ଶିକ୍ଷୟିତ୍ରୀ,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ନଳିନୀ ବେହେରା,ଜ୍ୟୋତି ରଞ୍ଜନ ନାୟକ,କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା, କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ଅନିତା ସାହୁ,ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ ଓ ଅଜିତ ବାରିକ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଆଭାସୀ ଗୁଗଲ୍ ମିଟ୍ ମାଧ୍ୟମରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଓ ସଫଳ ଅଂଶଗ୍ରହଣ କରିଥିଲେ।ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ପିଲାମାନେ ପର କରି ଥିବା ପିତା ମାତାଙ୍କୁ ଆପଣାର କରି ପୂଜାର୍ଚନା କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା 

Sunil Chandra Nayak

ନର୍ଲା ର କବୟିତ୍ରୀ କଟକ ଠାରେ ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!