ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳିତ 

ବ୍ଲକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳିତ 

ବନ୍ଧୁଗାଁ ତା ୩୦/୯/୨୪ ବନ୍ଧୁଗାଁ ବ୍ଲକ ସଭା ଗୃହରେ ବ୍ଲକ ସ୍ତରୀୟ ପୋଷଣ ମାସ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ଶ୍ରୀମତୀ ଗୀତାଞ୍ଜଳୀ ମହାରଣା ବ୍ଲକସ୍ତରୀୟ ପୋଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବ୍ଲକରେ ଥିବା ୨୨୧ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ଅନେକ ପ୍ରକାର ସୁଷମ ଖାଦ୍ୟ ପ୍ରସ୍ତୁତ କରି ଆଣିବା ସହ ନିଜ ବାଡି ବଗିଚାରେ ଫଳୁଥିବା ବିଭିନ୍ନ ପନିପରିବା ଆଣି ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରଯାଇଥିଲା । ଯାହାକୁ ନେଇ ଉପସ୍ଥିତ ଥିବା ସମସ୍ତ କର୍ମୀ ମାନଙ୍କୁ ଶିଶୁ, ମହିଳା ଓ ଗର୍ଭବତୀଙ୍କ ପାଇଁ ସୁଷମ ଖାଦ୍ୟ ବିଷୟରେ କୁହାଯାଇଥିଲା । ତଟକା ପନିପରିବାର ଉପକାରିତା ଉପରେ ବୁଝାଯିବା ସହ ରନ୍ଧା ଖାଦ୍ୟ ପ୍ରଦର୍ଶନ କରଯାଇଥିଲା । ପୋଷଣ ମାସ ପାଳନ ଅବସରରେ ରାଜ୍ୟ ସରକାର ରକ୍ତ ହୀନତାକୁ ନେଇ ପରୀକ୍ଷା ସହ ଚିକିତ୍ସା ପାଇଁ ସଚେତନା କରିବା, ପ୍ରତିଦିନ ନିଜ ଖାଦ୍ୟରେ ନିଜ ଅଞ୍ଚଳର ମିଲେଟ ଜାତୀୟ କ୍ଷୁଦ୍ର ଖାଦ୍ୟକୁ ସାମିଲ କରିବା, ଶିଶୁର ଅଭିବୃଦ୍ଧି କରିବା ପାଇଁ ଯତ୍ନବାନ ହେବା, ପାରିପାର୍ଶିକ ସୁରକ୍ଷା ପାଇଁ ମାଟି, ପାଣି ଓ ପରିବେଶର ଅଧିକ ଯତ୍ନ ନେବା ଓ ନିଜକୁ ସୁସ୍ଥ ରଖିବା ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେବା ପାଇଁ ବାର୍ତ୍ତା ରହିଛି । ଯାହାକୁ ନେଇ ସିଡିପିଓ ଶ୍ରୀମତୀ ଗୀତାଞ୍ଜଳୀ ଉପସ୍ଥିତ କର୍ମୀ ମାନଙ୍କୁ ବୁଝାଇ ସଚେତନତା କରି ନିଜ ବାଡିରେ ଆମ୍ବୃତଭଣ୍ଡ, ଭେଣ୍ଡି, ଜହ୍ନି, ବାଇଗଣ, ସାରୁ,କନ୍ଦମୂଳ ଓ କାକୁଡି ଆଦି ପନିପରିବା ଲାଗଇ ବ୍ୟବହାର କରିବାକୁ ଅଙ୍ଗନୱାଡ଼ି କର୍ମୀ ଙ୍କୁ ପରାମର୍ଶ ଦେଇଥିଲେ । ସୁପରଭାଇଜର ଲିଲିରାଣୀ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସୁପରଭାଇଜର ସୁଜାତା ଜିଲାକାରା, ସୁମନ୍ତମଣି ଭତରା, ମିଶନ ଶକ୍ତିର ବିପିସି ବି କେ ପ୍ରଦୀପ, ପୋଷଣ ବିଶି ଦିବାକର ନାୟକ ଓ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ଥିଲେ ।

   ସଞ୍ଜୀବ କୁମାର ବାଙ୍ଗାରୀ ରିପର୍ଟର 

Related posts

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

Sunil Chandra Nayak

ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ 

Sunil Chandra Nayak

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

Sunil Chandra Nayak

Leave a Comment

error: Content is protected !!