ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଗ୍ରୀ ମହାବିଦ୍ୟାଳୟର ନୂତନ ଭିତ୍ତିଭୂମି ପାଇଁ ଶିଳାନ୍ୟାସ କଲେ ବିଧାୟକ 

କୋକସରା,୨୫/୬ // ରାଜ୍ୟ ସରକାରଙ୍କ ପକ୍ଷରୁ 5ଟି ଅଧୀନରେ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ଡିଗ୍ରୀ ମହା ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୨୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ଏହି କ୍ରମରେ ଶନିବାର କୋକସରା ଡିଗ୍ରୀ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀ ବାଗ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ ଡିଗ୍ରୀ ମହାବିଦ୍ୟାଳୟର ଉନ୍ନତି ହେଲେ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ବୋଳି କହିଛନ୍ତି। ଏହି ସମୟରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ସୁବ୍ରତ କୁମାର ବେହେରା, ଆଇରୀ ନାସନ ଚିନ୍ଦା, ଅଶ୍ୱିନୀ ପଟ୍ଟନାୟକ, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, ହୃଦାନନ୍ଦ ଧ. ମାଝୀ, ସୁନିଲ କୁମାର ପ୍ରଧାନୀ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କନ୍ଦରପୁରରେ ମେଧାବୀ ମାଟ୍ରିକ ଶିକ୍ଷାର୍ଥୀଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ 

କୋଇଡା ପ୍ରେସକ୍ଲବର ୧୦ ଦିବସୀୟ ୨ ୟ ବାର୍ଷିକୋତ୍ସବ ରାଜ୍ୟ ଉପବାଚସ୍ପତିଙ୍କ ଦ୍ବାରା ଶୁଭ ଉଦ୍ଘାଟିତ 

masiha

ଅସ୍ୱାସ୍ଥ୍ୟକର ପରିବେଶରେ ବଙ୍ଗଳାଗୁଡା ଗ୍ରାମର ସର୍ବସାଧାରଣ ନଳକୂପ ଓ ଡ୍ରେନେଜ ବ୍ୟବସ୍ଥା 

Sunil Chandra Nayak

Leave a Comment

error: Content is protected !!