ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଟର ସାଇକେଲ ଦୁର୍ଘଟଣାରେ ଦୁଇ ଜଣ ଆହତ 

ମଟର ସାଇକେଲ ଦୁର୍ଘଟଣାରେ ଦୁଇ ଜଣ ଆହତ 

ନବରଙ୍ଗପୁର:(୨୦|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଳା ଡାବୁଗାଁ ବ୍ଳକ ସଦରମହକୁମା ଜଗନ୍ନାଥଗୁଡା ବାସିନ୍ଦା ଟିକି ହରିଜନ (୩୯)ଡାବୁଗାଁ ବଜାରରୁ ଫେରିବା ସମୟରେ ଜଗନ୍ନାଥଗୁଡା ଡାବୁଗାଁ ମୁଖ୍ୟ ରାସ୍ତା ସାଇ କୃଷ୍ଣା ମେଡିସିନ ଷ୍ଟୋର ସାମନାରେ ବାଇକ ଦୁର୍ଘଟଣାରେ ଚାଳକ ଲଚ୍ଛୂ ମାଝୀ(୧୯)ଦୁଇ ଜଣ ଦୁର୍ଘଟଣାର ଶିକାର ହୋଇ ଥିବା ଦେଖାଯାଇଛି l ଘଟଣାରୁ ଜଣା ପଡିଛି,ଆଜି ରାତ୍ର ୮ ଘଣ୍ଟା ସମୟରେ ପାପଡାହାଣ୍ଡି ବ୍ଳକ ନାକଟିଗୁଡା ଗ୍ରାମ ପଞ୍ଚାୟତ ଦିଶାରୀ ଗୁଡା ଗ୍ରାମର ଲଚ୍ଛୂ ମାଝୀ ହିରୋ ଗେଲେମ୍ବର ବାଇକ ନମ୍ବର ଓ ଡି ୨୪ ଏଫ୍ ୦୨୦୬ ଯୋଗେ ଡାବୁଗାଁ ଦଶହରା ଦେଖିବାକୁ ଆସୁଥିବା ବେଳେ ଜଗନ୍ନାଥ ଗୁଡାର ଟିକି ହରିଜନ ଔଷଧ କିଣିବାକୁ ଯିବା ସମୟରେ ବାଇକ ଭାରସାମ୍ୟ ହରାଇ ତାଙ୍କ ସହ ଧକ୍କା ହୋଇଥିଲା l ଫଳରେ ଟିକି ହରିଜନଙ୍କ ମୁଣ୍ଡ ଫାଟି ଚାରିଟି ଷ୍ଟିଚ୍ ପଡିଥିବା ବେଳେ ବାଇକ ଚାଳକ ଲଚ୍ଛୂ ମାଝୀଙ୍କ ମୁଣ୍ଡରେ ଆଘାତ ହୋଇଛି l ଦୁଇ ଜଣ ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l ଖବର ଲେଖିବା ବେଳକୁ ଥାନାରେ କୌଣସି ଖବର ପହଞ୍ଚି ନ ଥିବା ଜଣାପଡ଼ିଛି l ଧକ୍କା କରାଇଥିବା ଗାଡିକୁ ଧକ୍କାରେ ଆହତ ହୋଇଥିବା ମହିଳାଙ୍କ ପୁଅ ନିଜ ଘରେ ଗାଡିକୁ ନେଇ ରଖିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଡାମତଳିଆ ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ

masiha

ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ତୁଳସୀଡୁଙ୍ଗରି ଠାରେ ପଞ୍ଚମ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି 

Sunil Chandra Nayak

Leave a Comment

error: Content is protected !!